ଦୁଇ ଟ୍ରାକ୍ଟର ଜବତ ଶହ ୨୦ହଜାର ଟଙ୍କା ଜରିମନା ଆଦାୟ ।

ଚିଲିକା୨୫/୦୧/୨୦୨୪ : ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ଅନ୍ତର୍ଗତ ହରିପୁର ରେଳ ଫାଟକ ନିକଟରେ ଦୁଇଟି ଟ୍ରାକ୍ଟର ଜବତ କରିଛି ଚିଲିକା ତହସିଲଦାର ଚକ୍ରଧର ପାଡ଼ି । ଦୁଇ ଗୋଟି ଟ୍ରାକ୍ଟର ଜବତ କରି ୨୦ ହଜାର ଟଙ୍କା ଜରିମନା ଆଦାୟ କରିଛି ଚିଲିକା ତହସିଲଦାର ।ସୂଚନା ମୁତାବକ ଦୁଇଟି ଟ୍ରାକ୍ଟରରେ ବିଜୁରୀ ଓ ଗୋଡ଼ି ଓଭର ଲୋଡ଼ ହୋଇ ଯାଉଥିବା ସମୟରେ ହରିପୁର ପଞ୍ଚାୟତ ରେଳ ଫାଟକ ନିକଟରେ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀଙ୍କ ନଜରକୁ ଆସିଥିଲା । ଭଲ ଭାବରେ ତନଖି ନେବାରୁ ବିନା କାଗଜପତ୍ରରେ ଚାଲାଣ ହେଉଥିବା ଜଣା ପଡ଼ିଛି । ଏଥି ସହିତ ଓଭର ଲୋଡ଼ ହୋଇ ଯାଉଥିବାରୁ ଟ୍ରାକ୍ଟର ଦୁଇଟିକୁ ଜବତ କରାଯିବା ଶହ ମୋଟ ୨୦ ହଜାର ଟଙ୍କା ଚାଲାଣ କରାଯାଇଥିବା ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ସୋରଣ, ମାନସିଂହପୁର ,ହାଟ ବରଢ଼ୀହ ଜରିପଡ଼ା ,କାଲୁପଡା, ଚଣ୍ଡେଶ୍ୱର ,କୁମାଣ୍ଡଳ, ଆଙ୍କୁଲା ବିଭିନ୍ନ,ଗ୍ରାମରେ ମଧ୍ୟ ଅନେକ ଟ୍ରାକ୍ଟର ଚାଲୁଥିବା ନେଇ ନମ୍ୱର ପ୍ଲେଟ ଗାଡ଼ିର ନଥିବା ବିନା କାଗଜପତ୍ରରେ ଚାଲୁଥିବା ଓଭର ଲୋଡ଼ ହୋଇ ଯାତାୟତ କରୁଥିବା ଗାଡ଼ିକୁ ଚିଲିକା ତହସିଲଦାର ଚକ୍ରଧର ପାଢ଼ୀ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ରହିଲା ।

Leave a Reply

Your email address will not be published. Required fields are marked *