ଦିଶା ପଟାନୀ ପାଇଁ ସବୁ ଠିକ ,ଆମ ପାଇଁ ସବୁ ଭୁଲ।

ଫୋକସ ପ୍ଲସ ୨୩/୧/୨୩(ବ୍ୟୁରୋ):ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଉପରେ ଲାଗିବ ରୋକ୍‌। ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି।ତେବେ ଆସନ୍ତା ଖଣ୍ଡଗିରି ଯାତ୍ରା ପାଇଁ ଏହି ଏସ୍ଓପି ଜାରି ହୋଇଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ ଧ୍ୟାନ ଦେବା ଲାଗି ଏହି ଏସ୍‌ଓପିରେ କୁହାଯାଇଛି।ତେବେ ଖଣ୍ଡଗିରି ଯାତ୍ରା ଗାଇଡ୍‌ଲାଇନ୍‌ ନେଇ ଡ୍ୟାନ୍ସର ରାଣୀ ପ୍ରିୟଦର୍ଶିନୀ ନିଜର ଏକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ସେ କହିଛନ୍ତି, ଆଇଟମ୍‌ ଡ୍ୟାନ୍ସ ଅଲଗା, ଅଶ୍ଳୀଳ ନୃତ୍ୟ ପରିବେଷଣ ଅଲଗା କଥା। ଆଇଟମ୍ ଡ୍ୟାନ୍ସକୁ ଲୋକେ ପସନ୍ଦ କରନ୍ତି। ଖଣ୍ଡଗିରି ପାଇଁ ରୋକ୍ ଲାଗୁଛି, ହକି ଉଦ୍‌ଘାଟନୀରେ କାହିଁକି ରୋକ୍ ଲାଗୁନାହିଁ ? ଯାତ୍ରାରେ ଆଇଟମ୍ ଡ୍ୟାନ୍ସ ମନା, କିନ୍ତୁ ଦିଶା ପଟାନୀଙ୍କ ପାଇଁ ସବୁ ଠିକ୍। ଏଭଳି କାହିଁକି ପାତରଅନ୍ତର କରାଯାଉଛବି, ନିୟମ କାହିଁକି ଅଲଗା ଅଲଗା ବୋଲି ରାଣୀ ପ୍ରଶ୍ନ କରିଛନ୍ତି।ସୂଚନା ଅନୁସାରେ, ଅନେକ ସମୟରେ ଖଣ୍ଡଗିରି ମେଳାରେ ହେଉଥିବା ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ଏପରିକି ଅଶ୍ଲୀଳ ନୃତ୍ୟକୁ ନେଇ କିଛି ସଂଗଠନ ବିରୋଧ ବି ପ୍ରଦର୍ଶନ କରିଛନ୍ତି।ତେବେ ଏଥର ଖଣ୍ଡଗିରି ମେଳାରେ କିଭଳି ଭାବେ ନୃତ୍ୟ ପ୍ରଦର୍ଶନ ହେଉଛି ତାହା ଦେଖିବାକୁ ଏବେ ବାକି ରହିଲା।

Leave a Reply

Your email address will not be published. Required fields are marked *