ନିଶ୍ଚିନ୍ତକୋଇଲି14/11/2023; ଉକ୍ତ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ଵର ବଜାର ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ସୋପ୍ ରେ।ଲକ୍ଷ୍ମୀନାରାୟଣ ଜୁଏଲାରୀ ଦୋକାନର ମାଲିକ ଗୋପିନାଥ ସାହୁ ସବୁଦିନ ଭଳି ଆଜି ସକାଳୁ ଜୁଏଲାରୀ ଦୋକାନ ଖୋଲିବା ନିମନ୍ତେ ହାତରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଥିବା ବ୍ୟାଗ୍ ଧରି ଦୋକାନ ପହଞ୍ଚିକି ଅଳଙ୍କାର ବ୍ୟାଗ୍ ଥୋଇ ଦୋକାନ ସଟର ଟେକିବା ସମୟରେ ପଛପଟୁ ଆସି ଥୁଆ ହୋଇଥିବା ଅଳଙ୍କାର ବ୍ୟାଗ୍ ଟିକୁ ନେଇ ଜଣେ ଜୁବକ ନେଇ କିଛିବାଟା ଯାଇଥିଲା ଓ ପରେ ପରେ ଆଉଜଣେ ଦୁର୍ବୁତ୍ତ ମଟର ସାଇକେଲ ଯୋଗେ ଆସି ସେଇ ଯୁବକ ଟିକୁ ଗାଡ଼ିରେ ବସାଇ ଚମ୍ପଟ ମାରିଥିଲା । ଏନେଇ ଗୋପିନାଥ ସାହୁ ନିଶ୍ଚିନ୍ତକୋଇଲି ଥାନା ଲିଖିତ ଅଭିଯୋଗ କରିଛନ୍ତି।ତେବେ ନିଶ୍ଚିନ୍ତକୋଇଲି ଥାନା ପାଖରୁ ଅସୁରେଶ୍ୱର ବଜାର ମାତ୍ର 7 କିଲୋମିଟର ଦୂର | ତେବେ ଯଦି ଦିବାଲୋକ ରେ ଲୋକ ଗହଳି ଅବସ୍ଥା ରେ ଏପରି ଚୋରି ହୂଏ ତେବେ ଏହି ବଜାର ର ବ୍ୟବସାୟୀ ମାନେ କେତେ ସୁରକ୍ଷିତ ତାହା ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ସ୍ପଷ୍ଟ ବାରିହେଇ ଯାଉଛି | ଅପର ପକ୍ଷ ରେ ଏହି ଅଞ୍ଚଳ ଗୋଟିଏ ଫାଣ୍ଡି ର ଆବଶ୍ୟକ ଥିବର କଥା ସ୍ଥାନୀୟ ଲୋକେ ଉପରିସ୍ଥ ଅଧିକାରୀ ଙ୍କୁ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ ଲୋକଙ୍କର ସବୁ ଅଭିଯାଗ ଯେପରି ବଡ ବାବୁଙ୍କ ଫାଇଲି ଭିତରେ ଚାପିହୋଇ ରହିଯାଇଥିବା ଭଳି ଲାଗୁଚି | ତେବେ ଦେଖିବାକୁ ବାକିରହିଛି କେବେ ଉକ୍ତ ଘଟଣା ଘଟଇଥିବା ଦୁର୍ବୁତ୍ତ ଙ୍କୁ ପୋଲିସ ଧରିବାରେ ସଫଳ ହେଉଛି ଏବଂ କେବେ ବଡ ବାବୁ ଙ୍କର ଲୋକଙ୍କ ଅଭିଯୋଗ ଉପରେ ଦୃଷ୍ଟି ପଡି ଏହି ଅଞ୍ଚଳ ରେ ଫାଣ୍ଡି ଟିଏ ହେଉଛି |