ଦିନକୁଦିନ ବଢିଚାଲିଛି ଡକାୟତି

ଫୋକସ ପ୍ଲସ(କଣ୍ଟାମାଳ): ଆଜି କଣ୍ଟାମାଳ ପୋଲିସକୁ ବଡ଼ ସଫଳତା ମିଳିଛି । ଗତ ୨୮ତାରିଖ ଦିନ କଣ୍ଟାମାଳ ଥାନା ନିକଟସ୍ଥ ଉଦେପୁର ଠାରେ ଏକ ଘରୋଇ ଫାଇନସ କମ୍ପାନୀ ନାରାୟଣପ୍ରସାଦ ଗ୍ରାମରୁ ଋଣ ଆଦାୟ କରି ଫେରୁଥିବା ସମୟରେ ୪ଜଣ ଡକାୟତ ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ।ଏହି ଘଟଣାରେ ଫାଇନାସ କମ୍ପାନୀର ବ୍ରାଞ୍ଚ ମ୍ୟାନେଜର ପୀତବାସ ଜେନା ଓ ତାଙ୍କ ସହଯୋଗିଙ୍କୁ ଆକ୍ରମଣ କରିଥିଲେ ।ତାପରେ କଣ୍ଟାମାଳ ଥାନାରେ ଉକ୍ତ ମ୍ୟାନେଜର ଜଣକ ଲିଖିତ ଅଭିଯୋଗ କରିଥିଲେ ।

କଣ୍ଟାମାଳ ପୋଲିସ ଉକ୍ତ ଘଟଣାକୁ ଗମ୍ଭୀରତାର ସହ ନେଇ ଖୋଳତାଡ ଆରମ୍ଭ କରି ତିନି ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଉକ୍ତ ଡକାୟତ ମାନେ ହେଲେ କଣ୍ଟାମାଳ ଥାନା ତଳିପଡ଼ା ର ପିଣ୍ଟୁ ସାହୁ (୨୬)ମଲ୍ଲିକକୁଦ୍ ଗ୍ରାମର ନୃପରାଜ ମହାନନ୍ଦ (୪୦)ବଡ଼ଛପାପାଲି ଗ୍ରାମର ଅନନ୍ତ ସାହୁ (୨୬)ଙ୍କୁ ଗିରଫ ଓ ଅନ୍ୟ ଜଣେ ଆସାମୀ ଫେରାର ଥିବା କଣ୍ଟାମାଳ ଥାନା ASI ଗଣନାଥ ଥନାପତୀ ସୂଚନା ଦେଇଛନ୍ତି ।

କଣ୍ଟାମାଲରୁ ବଳରାମ ବାଘଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *