ଦିଗପହଣ୍ଡି ରେ ସଡ଼କ ସୁରକ୍ଷା ସଚେତନତା

ଦିଗପହଣ୍ଡି: ଆଞ୍ଚଳିକ ପରିବହନ ବିଭାଗ ଛତ୍ରପୁର ପକ୍ଷରୁ ଗୁରୁବାର ଦିଗପ‌ହଣ୍ଡି ଠାରେ ଏକ ସଜ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଦିଗପହଣ୍ଡି ଏକ ଗ୍ଲୁକ ସ୍ପଟ ଏରିଆ ଯୋଗୁଁ ଏଠି ଲୋକଙ୍କୁ ଅଧିକ ମାତ୍ରାରେ ସଚେତନତା ପାଇଁ ଏହି ପ୍ରୟାସ କରାଯାଇଥିଲା । ସ୍ଥାନୀୟ ଥାନା ଛକ ଠାରୁ ଏହି ସଚେତନତା ରାଲି ବାହାରି ପୁଞ୍ଜିକଇଁଆ ଛବ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗ, ଆସୁଲାନ୍ସ କର୍ମଚାରୀ, ଡ୍ରାଇଭର ସଙ୍ଘ, ଅଟୋ ଚାଳକ ସଙ୍ଘ, ଖେମୁଣ୍ଡି କଲେଜ ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଲୋକ ବହୁ ମାତ୍ରାରେ ଯୋଗଦେଇଥିଲେ । ହାତରେ ଫ୍ଲାକ କାର୍ଡ ଧରି ଏବଂ ଡାକି ବାହିଁ ଯନ୍ତ୍ର ବଢାଇ

ସଚେତନତା କରଯାଇଥିଲା. ପରିଶେଷରେ କଲ୍ୟାଣୀ ମଣ୍ଡପ ଠାରେ ଏହା ସଭାର ଆୟୋଜନ ହୋଇଥିଲା । ଏଥିରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ଆରଟିଓ ମାନସ ରଞ୍ଜନ

ସାହୁ, ଚିକିଟି ଏସ. ବି. ପି. ଓ ସୁଜିତ କୁମାର ନାୟକ, ବିଡ଼ିଓ ଚିତ୍ତରଞ୍ଜନ ଦାସ, ଏନ ଏ ସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଅଧ୍ଯକ୍ଷା

ଡଃ. ସ୍ଵାଗତିକା ପାତ୍ର, ରକ୍ଷକ ଟ୍ରେନର ତଥା ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦ ରାଓ, ଏମ. ଭି. ଆଇ ରବୀନ୍ଦ୍ର ନାଥ ଜେନା ପ୍ରମୁଖ ମଞ୍ଚାସିନ ହୋଇଥିଲେ । ସ୍ଥାନୀୟ ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ପକ୍ଷରୁ ଶିଶୁ

ନାଟକ ସେହି କାଳରାତ୍ରୀ ପରିବେଷଣ କରାଯାଇଥୁଲା, ଏଥୁରେ ବିଗତ ଦିନରେ ଖେମୁଣ୍ଡି କଲେଜ ନିକଟରେ ଘଟିଥ‌ିବା ବରଯାତ୍ରୀ ମିନିକସ ଦୃଘଟଣା ର ପରିକଳ୍ପନା କରାଯାଇଥିଲା। ଯାହାକି ସାରା ଓଡ଼ିଶାରେ ଏକ ଶୋକର ଛାୟା ଖେଳିଯାଇଥିଲା । ସେହି ଦୃଘଟଣାରେ ସହ‌ଯୋଗ କରିଥିବା ମୌଳାଭଣଜା ଗ୍ରାମର ରବୀନ୍ଦ୍ର ନାଥ ଜେନା ଓ ବିଜୟ କୁମାର ପ୍ରଧାନ ଙ୍କୁ ଦୁଇ ହଜାର ଟଙ୍କା ଚେକ ସହ ମାନପତ୍ର ପ୍ରଦାନ ଚରି ସଂମ୍ମାନିତ କରାଯାଇଥିଲା, ଏହି ସମସ୍ତ କାର୍ଯ୍ୟକ୍ରମକୁ ବାଙ୍କେଶ୍ଵରୀ ଡ୍ରାଇଭିଙ୍ଗ ସେଣ୍ଟର ଅଧ୍ଯକ୍ଷ ଟୁନା ଚୌଧୁରୀ, ଅଟୋ ଡ୍ରାଇଭର ସଙ୍ଘ ସଭାପତି ପ୍ରଶାନ୍ତ ପୂଜାରୀ, ପ୍ରମୋଦ କୁମାର ପାତ୍ର, ଭାଗ୍ୟରଥୀ ପାଣି, ତ୍ରିଲୋଚନ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ|

Leave a Reply

Your email address will not be published. Required fields are marked *