ଦିଅରଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଭାଉଜ, ମୋବାଇଲ ମେସେଜ ଖୋଲିଦେଲା ହତ୍ୟା ଷଡ଼ଯନ୍ତ୍ର!

ଦିଲ୍ଲୀର ଦ୍ୱାରକା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି କରନ ଦେବଙ୍କ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସୁଷ୍ମିତା ଦେବୀ (୩୫) ଏବଂ ତାଙ୍କ ଭାଇ ରାହୁଲ ଦେବ (୨୪)ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହି ହତ୍ୟା ପଛରେ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଏବଂ ବ୍ଲାକମେଲିଂ ମୁଖ୍ୟ କାରଣ ଥିବା ନେଇ ଅଭିଯୋଗ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୩ ତାରିଖରେ ଉତ୍ତମ ନଗରର ମାତା ରୂପରାଣୀ ମାଗୋ ହସ୍ପିଟାଲରୁ କରନ ଦେବଙ୍କ ଅସ୍ୱାଭାବିକ ମୃତ୍ୟୁ ସମ୍ପର୍କରେ ଖବର ଆସିଥିଲା। ପ୍ରାରମ୍ଭିକ ସ୍ତରରେ ସୁସ୍ମୀତା, ରାହୁଲ ଓ କରଣଙ୍କ ବାପା ଏହାକୁ ବିଦ୍ୟୁତ୍ ଆଘାତ ଜନିତ ଦୁର୍ଘଟଣା ବୋଲି ଦାବି କରିବା ସହ ପୋଷ୍ଟମର୍ଟମ କରିବାକୁ ଅସ୍ୱୀକାର କରିଥିଲେ। କିନ୍ତୁ, ଏହା ଏକ ଅସ୍ୱାଭାବିକ ମୃତ୍ୟୁ ହୋଇଥିବାରୁ ଡାକ୍ତରଖାନା କତ୍ତୃପକ୍ଷ ପୁଲିସ ସହାୟତାରେ ପୋଷ୍ଟମର୍ଟମ କରାଇଥିଲେ।

ଏହାପରେ ପୁଲିସ ଏହି ଅପମୃତ୍ୟୁ ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ବହୁ ଜଲଦି ଏହି ତଦନ୍ତରେ ଏକ ବଡ଼ ମୋଡ଼ ଆସିଥିଲା, ଯେତେବେଳେ କରନଙ୍କ ଭାଇ କୁନାଲ ଦେବ ସୁଷ୍ମିତା ଓ ରାହୁଲଙ୍କ ମଧ୍ୟରେ ହୋଇଥିବା ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ଚାଟର ସ୍କ୍ରିନସଟ ପୁଲିସକୁ ପ୍ରଦାନ କରିଥିଲେ। ଏହି ଚାଟରେ ହତ୍ୟାର ଏକ ସୁପରିକଳ୍ପିତ ଯୋଜନାର ଖୁଲାସା ହୋଇଥିଲା। ଚାଟ ଅନୁଯାୟୀ, ସୁଷ୍ମିତା ଜୁଲାଇ ୧୨ ତାରିଖ ରାତିରେ କରନଙ୍କ ଖାଦ୍ୟରେ ୧୫ଟି ନିଦ ଔଷଧ ମିଶାଇ ଦେଇଥିଲେ। ଔଷଧ କାମ ନ କରିବାରୁ ସେ ରାହୁଲଙ୍କୁ ବିଦ୍ୟୁତ୍ ଆଘାତ ଦେବାକୁ ପରାମର୍ଶ ମାଗିଥିଲେ। ଏହାପରେ ରାହୁଲ ତାଙ୍କ ଫ୍ଲାଟକୁ ଆସି ଏହି ହତ୍ୟାର ରୂପରେଖ ଦେଇଥିଲେ

Leave a Reply

Your email address will not be published. Required fields are marked *