ଦାଦାଙ୍କୁ ସୁରକ୍ଷା ଦେବାକୁ ଯାଇ ହଣା ଖାଇଲା ପୁତୁରା

ଫୋକସ ପ୍ଲସ (କାମାକ୍ଷାନଗର)୧୦/୦୭/୨୦୨୨ : ଦାଦାକୁ ବଞ୍ଚାଇବାକୁ ଯାଇ ହଣାଖାଇଲା ପୁତୁରା। ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ। ଗରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। କାମାକ୍ଷାନଗର ଥାନା କାଦୁଆ ଗ୍ରାମର ଘଟଣା। ସୂଚନା ମୁତାବକ ଗତକାଲି ବିଳମ୍ବିତରାତିରେ କାଦୁଆ ଗ୍ରାମର କାଳିଆ ଦେହୁରି ଗାଁ ମୁଣ୍ଡରେ ଠିଆ ହୋଇଥିବା ବେଳେ ଗ୍ରମର କରୁଣା,ବିକାଶ,ପାଗେଳା ଓ ଭରତ ଉଭୟଙ୍କ ମଧ୍ୟରେ ଅସଭ୍ୟ ଭାସାରେ ଗାଳିଗୁଲଜ ହେଉଥିଲେ। କାଳିଆ ଏଥିରେ ବାରଣ କରିବାରୁ ତା ସହ ଏମାନେ ବଚସା ହୋଇଥିଲେ। ଏବଂ ସେମାନେ ସଙ୍ଘବଦ୍ଧ ହୋଇ ଧକାମାରି ତଳି ବିଲକୁ କାଳିଆକୁ ପକାଇ ଦେଇଥିଲେ। ଏହି ଦେଖି କାଳିଆର ପୁତୁରା ନବିନ ଦେହୁରି ଉଦ୍ଧାର କରିବାକୁ ଦୌଡା ଆସିଥିଲା। ଫଳରା ୪ ଜଣ ମିଶି ଟାଙ୍ଗିଆରେ ନବିନକୁ ହାଣି ପକାଇଥିଲେ। ନବିନର ପିଠି,ଛାତି ଓ ହାତରେ ଗଭୀର ଆଘତା ଲାଗିଛି। ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତିକରିଛନ୍ତି। ଏବେ ଚିକିତ୍ସା ଯାରି ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

କାମାକ୍ଷାନଗର ରୁ ସମଦର୍ଶି ଦାସ ଫୋକାସ ପ୍ଲସ ।

Leave a Reply

Your email address will not be published. Required fields are marked *