ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩ ଦିନପରେ ଆମ୍ବୁଲାନ୍ସ ରେ ଆଜି ଶବ ଗାଁ କୁ ପହଞ୍ଚିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ ଜାତୀୟ ରାଜପଥ ୨୬ ଅବରୋଧ କଲେ ପରିବାର ଓ ଗ୍ରାମବାସୀ।ସୁଚନା ମତେ ଆଜକୁ ୩ ମାସ ତଳେ ମହାଜନଗୁଡା ର ଯୁବକ ମହେନ୍ଦ୍ର ବେଶ୍ରା ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ର କାଦୁବାଟି ପାଦିୟମ ଜଗନ୍ନାଥ ଟେକ୍ସ ଟାଇଲ ରେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ ତେବେ ଗତ ଶନିବାର ତାଙ୍କର ଝୁଲନ୍ତା ଶବ ସନ୍ଦେହ ଜନକ ଅବସ୍ଥାରେ ଠାବ ହୋଇଥିଲା।ପରେ ଠିକାସଂସ୍ଥା ପକ୍ଷରୁ ମୃତକ ଯୁବକ ଙ୍କ ଶବ କୁ ଆମ୍ବୁଲାନ୍ସ ରେ ଗାଁ କୁ ପଠାଇଥିବା ବେଳେ ଶବ ଆସିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରିଛନ୍ତି।ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ କୋକସରା ବ୍ଳକ୍ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ଓ କୋକସରା ତହସିଲଦାର ଦେବ ବ୍ରତ କରାଟି ସମେତ ଆମପାଣି ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।
