ଫୋକସ ପ୍ଲସ୧୭/୧/୨୩(ରାଇରଙ୍ଗପୁର):ଗତ ୧୨ତାରିଖ ଦିନ ନୁସାଡିହି,ଚମ୍ପାଉଦା ଓ ଅସନବଣୀର ୭ ଜଣ ଛାତ୍ର ରାଇରଙ୍ଗପୁର ସ୍ଥିତ ଅଁଳା ଡୁବାରୁ ଟିୟୁସନ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ରାଇରଙ୍ଗପୁର ସ୍ଥିତ ରାଇସ୍ ମିଲ୍ ନିକଟରେ ଅଁଳା ଡୁବା ର ୮/୧୦ ଜଣ ଯୁବକ ଉକ୍ତ ଛାତ୍ର ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଫଳରେ ସେଥିମଧ୍ୟରୁ ଚମ୍ପାଉଦା ଗ୍ରାମର ପ୍ରକାଶ ମାଝୀ ନାମକ ଜୈନିକ ଛାତ୍ର ଗୁରୁତର ଆହତ ହୋଇଥିଲେ । ଗୁରୁତର ପ୍ରକାଶକୁ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ବାରିପଦା ମେଡିକାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରା ଯାଇଥିଲା, ଓ ଥାନାରେ ଏକ ଏତଲା ମଧ୍ୟ ହୋଇଥିଲା,ଉକ୍ତ ଘଟଣାକୁ ନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ରବିବାର ଉତ୍ତ୍ୟକ୍ତ ଗ୍ରାମବାସୀ ରାଇରଙ୍ଗପୁର ବାରିପଦା ରାଜ୍ୟ ରାଜପଥକୁ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ରାସ୍ତା ଅବୋରଧ କରିଥିଲେ, ଫଳରେ ଆଜି ସୋମବାର ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ସ୍ଵର୍ଣ୍ଣ ଲତା ମିଞ୍ଜ ଓ ତାଙ୍କ ସହଯୋଗୀ ୩ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଅଁଳା ଡୁବା ଗ୍ରାମର ବିଜେଶ୍ ଗୋପ,ଗୋପି ନାଏକ ଓ ରୋହିତ ଦାସ। ରାଇରଙ୍ଗପୁର ଟାଉନ ଥାନାରେ ଉକ୍ତ ଘଟଣାକୁ ନେଇ କେଶ୍ ନମ୍ବର ୩୪୧/୩୨୩/୨୯୪/୫୦୬/୩୦୭/ ୩୪ ଆଇପିସି ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଏହିପରି ଅଭିଯୁକ୍ତ କୁ ଧରି ଦଣ୍ଡ ଦେଲେ ରାଇରଙ୍ଗପୁର ବାସୀ ଉପକୃତ ହେବେ ବୋଲି ଚର୍ଚ୍ଚା ଚାଲିଛି।
