ଦଲାଲ କବ୍ଜା ରେ ଆଦିବାସୀ ଜମି, ଆଦିବାସୀ ଙ୍କୁ ଠକି ଜମି ବିକ୍ରି କରୁଥିବା ଅଭିଯୋଗ l

କେନ୍ଦୁଝର୨୫.୦୧.୨୦୨୪:ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ବଡ଼ବିଲ ଥାନା ୱାର୍ଡ ନମ୍ବର 3 ଠାକୁରାଣୀ ଗ୍ରାମର ଏକ ଆଦିବାସୀ ପରିବାର, ତାଙ୍କ ନିଜ ନାମରେ ଜମି ପଟ୍ଟା ଥିବାବେଳେ ଜମି ଦଲାଲ ମାନେ ଠକି ଅଣ ଆଦିବାସୀ ମାନଙ୍କୁ ଜମି ବିକି ଦେଉଥିବା ବୋଲି କହିଛନ୍ତି ଉକ୍ତ ପରିବାର, ତେବେ ଜମି ବିକ୍ରି ର ଅର୍ଥ ପାଇ ନ ଥିବା ବେଳେ କେଉଁ ବ୍ୟକ୍ତି ଙ୍କୁ ଜମି ବିକିଛନ୍ତି ତାହା ମଧ୍ୟ୍ୟ ଜାଣି ନାହାନ୍ତି, ଜମି ଚି଼ହ୍ନଟ ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଜମିରେ ଅନ୍ୟ ବ୍ୟକ୍ତି ଘର କରି ରହୁଛି, ତେବେ ଜନ ଜାତି ଆୟୋଗ ଙ୍କ ନିକଟରେ ଅଭିଯୋଗ ପରେ ବଡ଼ବିଲ ତହସିଲଦାର ଏହାର ଶୁଣାଣି କରି ମାସେ ମଧ୍ୟରେ ତାଙ୍କ ଜମି ଫେରି ପାଇବାକୁ ଆଶ୍ୱାସନା ଦେଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *