ସମ୍ବଲପୁର20/11/2023; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଂଜ କୁନ୍ଦେଇଝୁରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଛି lଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ବନ ବିଭାଗ ଘଟଣା ସ୍ଥଳକୁ ପହଂଚି ତଦନ୍ତ କରୁଛି l ହାତୀର ଆନୁମାନିକ ବୟସ 14ବର୍ଷ ହେବ ଏବଂ ହାତୀର ଦେହରେ କୌଣସି କ୍ଷତ ଚି଼ହ୍ନ ନଥିବାରୁ ମୃତ୍ୟୁର କାରଣ ଜଣା ପଡ଼ିନାହିଁ ବୋଲି କହିଛନ୍ତି | ହାତିଟି ମାରିବା ର ୫ ଘଣ୍ଟା ପରେ ବନବିଭାଗ ଖବର ପାଇଥିଲା | ସୂଚନାନୁଯାଇ ଏବେ ଖରିପ ଧାନ ର ଅମଳ ସମୟ ତେଣୁ ସନ୍ଧ୍ୟା ହେଉଣୁ ବନ୍ୟଜନ୍ତୁ ଖାଦ୍ୟ ଅନ୍ୟୁଷଣ ରେ ବିଳ କୁ ଧାଇଁ ଆସୁଛନ୍ତି ଫଳରେ ଏହାକୁ ଦୃଷ୍ଟି ରେ ରଖି କିଛି ଦୁର୍ବୁତ୍ତ ବିଦ୍ୟୁତ କରେଣ୍ଟ ଦେଇ ଫାସ ବସାଇଥିଲେ |ଫଳରେ ହାତିଟି ଖାଦ୍ୟ ଅନ୍ୟୁଷଣ ରେ ଆସି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଥିବା ଅନୁମାନ କରା ଯାଉଛି |
