ଯାଜପୁର: ନିଜର ଲୋକ ପ୍ରିୟତା ବଢାଇବା ପାଇଁ ସୁସ୍ଥମତିସ୍କ ବ୍ଯକ୍ତି ମାନଙ୍କୁ ପାଗଳ ର ଆଖ୍ୟା ଦେବା କେତେ ଯୁକ୍ତିଯୁକ୍ତ,କୌଣସି ମେଡିକାଲ ପାଗଳ ଘୋଷଣା କରି ନଥିବା ବେଳେ ସରକାର ଓ ପ୍ରସାସନ କଳ କୁ ଦୋଷ ଦେବା କେତେ ଯୁକ୍ତିଯୁକ୍ତ, ହଁ ଯଦି ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରକୃତ ଉଦ୍ଦେଶ୍ଯ ରହିଛି। ତେବେ ସେମାନଙ୍କ ର ପ୍ରକୃତ ଅସୁବିଧା କଣ ତାହା ଅନୁଧ୍ଯାନ କରିବାର ଆବଶ୍ଯକ ରହିଥିଲା।ଯାହା କି ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ର ତେଲିବାହାଲିରେ ଗାଁରେ ଦେଖିବାକୁ ମିଲିଛି। ସମସ୍ତ ସରକାରୀ ସହାୟତା ପାଇଁ ଦାବି କରୁଥିବା ଲୋକ ମାନଙ୍କ ପ୍ରକୃତ ଅସୁବିଧା ବିଷୟ ରେ ଅନୁଧ୍ଯାନ ନକରି ନିଜ ର ମନମୁତାବକ କାହାଣୀ ଲେଖି ପ୍ରଚାର ପ୍ରସାର କରିଚାଲି ଥିବା ବ୍ଯକ୍ତି ବିଶେଷ ଙ୍କୁ କଣ କହିବା ତାହା ବୁଝା ପଡୁନାହିଁ।ମଙ୍ଗଳପୁର ପଞ୍ଚାୟତ ରେ ଥିବା ଅନାବାଦୀ ଜଙ୍ଗଲ କିସମ ଖାତା ନମ୍ବର ୯୭ ପ୍ଲଟ ନମ୍ବର ୩୩୧ ରେ ପାଖାପାଖି ୫୦ ରୁ ଅଧିକ ପରିବାର ଘର କରି ରହିଆସୁଛନ୍ତି। ସେହି ମାନଙ୍କ ମଧ୍ଯ ରେ ଦୁଇଟି ପରିବାର ଙ୍କ ଅବସ୍ଥା ବହୁତ ଖରାପ କାରଣ ଦୁଇ ପରିବାର ରେ ଥିବା ବଢିଲା ପୁଅମାନଙ୍କ ଅବସ୍ଥା ବହୁତ ଖରାପ, ଏହି ଖରାପ ହେବା ପଛରେ ବେକାରି ସମସ୍ଯା ଓ ନିଶାଦ୍ରବ୍ୟ ଶେବନ ମୁଖ୍ଯ କାରଣ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ସଂନ୍ଧ୍ଯା ହେଲେ ହାଣ୍ଡିଆ, ମହୁଲି, ଆସ୍କାଫଟି, ଗଞେଇ ପରି ନିଶାଦ୍ରବ୍ୟ ନିକଟସ୍ଥ ଦେକାନ ବଜାରରେ ମିଲୁଥିବା ଯୋଗୁଁ ଯୁବପିଢି କାଧନ୍ଦାକୁ ଗୁରୁତ୍ବ ନଦେଇ ନିଶା ଶେବନ କୁ ପ୍ରାଧାନ୍ଯ ଦେଉଛନ୍ତି। ଯାହା ଫଳରେ ବହୁତ ପରିବାର ର ଭେଣ୍ଡିଆ ପୁଅମାନଙ୍କୁ ହରାଇବା କୁ ପଡିଛି। ବହୁ ଅଳ୍ପ ବୟସ ର ଯୁବକଙ୍କୁ ବଡ଼ ବଡ଼ ରୋଗ ର ଶିକାର ହେଉଛନ୍ତି। ତେଲିବାହାଲି ନିବାସୀ ବିଲେଇ ଦେଇ ଙ୍କୁ (୫୯) ବର୍ଷ ସ୍ବାମୀ ମରିଯିବା ପରେ ସରକାରୀ ସହାୟତା ପାଇଁ ବିଧବା ଭର୍ତା ଆବେଦନ କରିଛନ୍ତି।କିନ୍ତୁ ତାଙ୍କର ସ୍ବାମୀ ଆଖୁ ବୁଜିଲା ପରେ ତାଙ୍କର ଦୁଇ ପୁଅ ଲକ୍ଷ୍ମୀଧର ନାଏକ (୪୩) ଓ ସାନ ପୁଅ ନିମାଇଁ ନାଏକ (୩୫) କୌଣସି କାମଧନ୍ଦା ନକରିବାରୁ ବିଧବା ମା ବିଲେଇ ଦେଇ ଙ୍କ ମୁଣ୍ଡରେ ସମ୍ପୂର୍ଣ୍ଣ ପରିବାରର ବୋଝ ଲଦି ହୋଇଯାଇଛି।ଠିକ୍ ସେହିପ ରି ସେହି ଗାଁର ସ୍ବର୍ଗତ ପରବାସୀ ପ୍ରଧାନ ଙ୍କ ସ୍ତ୍ରୀ ନାବମ ଦେଇ ଙ୍କ ର ଘରଟି ର ଅବସ୍ଥା ବହୁତ ଦୟନୀୟ ଦିନରେ ସୂର୍ୟ୍ଯ ଆଲୋକ ପଡୁଥିବା ବେଳେ ରାତି ହେଲେ ଘରଭିତରେ ଜହ୍ନ ଆଲୁଅ ପଡୁଛି। ତାଙ୍କର ଗୋଟିଏ ମାତ୍ର ପୁଅ କୌଣସି କାମରେ ନିୟୋଜିତ ନହୋଇ ମାଦକଦ୍ରବ୍ୟ ର ଶିକାର ହୋଇ ଯାଇଥିବା ଦେଖିବାକୁ ମିଲୁଛି।ଇନ୍ଦିରା ଆବାସ ମିଲିଥିଲେ ମଧ୍ଯ ନିଜନାମରେ ଜମି ନାହିଁ। ତେଣୁ ଘର କରି ପାରୁନାହାନ୍ତି। ଯାହା ଫଳ ଉଭୟ ପରିବାର ରେ ମା ପୁଅ ମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ଜଦି ସରକାର ସେହି ଗାଁରେ ରହୁଥିବା ପରିବାର ବର୍ଗ ଙ୍କୁ ସରକାରୀ ନିୟମ ଅନୁସାରେ ଜଙ୍ଗଲ ଜମି କୁ ତାଙ୍କ ନାମରେ ପରିବର୍ତ୍ତନ କରିବା ପାଇଁ ସାହାଯ୍ୟ କରନ୍ତେ ତେବେ ଗରିବ ପରିବାର ମାନେ ଆସୁଥିବା ସମସ୍ତ ସରକାରୀ ସହାୟତା ର ଲାଭ ଉଠାଇ ପାରନ୍ତେ ବୋଲି ସ୍ଥାନୀୟ ଅଞ୍ଚଳ ଆଲୋଚନା ହେଉଥିବା ଦେଖିବାକୁ ମିଲିଛି।
ତେଲିବାହାଲିରେ ୨ଟି ପରିବାର ର ଦୁଃଖ କହିଲେ ନସରେ, ମାଦକଦ୍ରବ୍ୟ ର କାରବାର ପାଇଁ ବହୁ ହସିଲା ଘର ନଷ୍ଟ ହେଉଛି!
