ଫୋକସ ପ୍ଲସ ୭/୨/୨୩(ବ୍ୟୁରୋ):ତୁର୍କୀକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ ।ତୁର୍କୀରେ ଭୟଙ୍କର ଭୂମିକମ୍ପରେ ଦୋହଲିଗଲା ତୁର୍କୀ ଓ ସିରିଆ । ବଦଳିଗଲା ଦୁଇ ଦେଶର ପାରିପାଶ୍ବିକ ବାତାବରଣର ଚିତ୍ର । ବିଲ୍ଡିଂର ଭଗ୍ନାବଶେଷର ରାସ୍ତା ଘାଟ ସବୁ ଅବରୋଧ କରାଯାଇଛି । ସେପଟେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ପ୍ରକୃତିର ଏହି ଭୟଙ୍କର ତାଣ୍ଡବରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର କରି ସାରିଲାଣି । ସେପଟେ ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଆଉ ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଭାରତ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି । ଏନଡିଆରଏଫର ରେସକ୍ୟୁ ଟିମ୍, ଔଷଧ ଏବଂ ମେଡିକାଲ ଟିମ୍ ତୁର୍କୀ ପହଞ୍ଚିଛନ୍ତି ।
ଏହା ପୂର୍ବରୁ ପିଏମ୍ ମୋଦି ତୁର୍କୀର ରାଷ୍ଟ୍ରପତିଙ୍କ ଟ୍ୱିଟରେ ଦୁଃଖ ପ୍ରକାଶ କରି କହିଛନ୍ତି, ତୁର୍କୀରେ ଯେଉଁସବୁ ଧନଜୀବନ କ୍ଷତି ହୋଇଛି ସେଥିପାଇଁ ମୁଁ ଦୁଃଖିତ । ଶୋକ ସନ୍ତପ ପରିବାର ପ୍ରତି ମୋର ସମ୍ବେଦନା ରହିଛି । ଆଶା କରୁଛି ଯେଉଁମାନେ ଏହି ଭୂମୀକମ୍ପରେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କୁ ତୁରନ୍ତ ଚିକିତ୍ସା ମିଳିବା ସହ ସେମାନେ ଶୀଘ୍ର ସୁସ୍ଥ ହୋଇଯିବେ ।ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି କି, ତୁର୍କୀ ସହ ଭାରତ ଦୃଢତାର ସହ ଛିଡା ହୋଇଛି । ଯଥା ସମ୍ଭବ ଭାରତ ତୁର୍କୀକୁ ସହାୟତା କରିବ । ଟ୍ୱିଟ୍ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ତୁର୍କୀକୁ ସହାୟତା ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ତୁର୍କୀ କହିଛି, ଅସୁବିଧା ସମୟରେ ସାଥୀରେ ଛିଡା ହେଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ ।
