ତିନିଦିନ ପରେ ଉଦ୍ଧାର ହେଲା ଜଳ ପ୍ରପାତ ରେ ନିଖୋଜ କଲିକତା ର ଛାତ୍ର

କେନ୍ଦୁଝର: ପଶ୍ଚିମବଙ୍ଗ ରାଜ୍ୟ କଲିକତା ରୁ କେନ୍ଦୁଝର ଜିଲ୍ଲା ବଡ଼ବିଲ କୁ ପର୍ଯ୍ୟଟନ ପାଇଁ ଆସିଥିବା ଛାତ୍ର ତିନି ଦିନ ପରେ ଜଳ ପ୍ରପାତ ମଧ୍ୟ ରୁ ଉଦ୍ଧାର, ସୂଚନା ଅନୁଯାୟୀ ସୁଦୂର ପଶ୍ଚିମବଙ୍ଗ ରାଜ୍ୟ କଲିକତା ହୁଗୁଳି ଆରାମବାଗ ଅଂଚଳ ରୁ କେନ୍ଦୁଝର ଜିଲ୍ଲା ବଡ଼ବିଲ କୁ ପର୍ଯ୍ୟଟନ ପାଇଁ ଆସି ବଡ଼ବିଲ ସ୍ଥିତ ଆଧାର ହୋଟେଲ ରେ ରହି ଥିଲେ, ତିନି ଦିନ ପୂର୍ବେ ବାଲାଣି ଥାନା ଅନ୍ତର୍ଗତ ପୂଣ୍ଡୁଳ ଜଳ ପ୍ରପାତ କୁ ପର୍ଯ୍ୟଟନ ପାଇଁ ଆସିଥିବା ସମୟରେ ଫୋଟୋ ଉଠାଇବା ବେଳେ ଗୋଡ଼ ଖସିଯିବାରୁ ଦୁଇ ଜଣ ଛାତ୍ର ଜଳ ପ୍ରପାତ କୁ ପଡିଯାଇଥିଲେ ଦୁଇ ଜଣ ଙ୍କ ମଧ୍ୟ ରୁ ଜଣେ ଜୀବିତ ଅବସ୍ଥା ରେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଜଳ ପ୍ରପାତ ମଧ୍ୟ ରେ ବୁଡି ଯାଇ ଥିଲେ, ତିନି ଦିନ ପରେ ଗଭୀର ଜଳ ରୁ ନିଜେ ନିଜେ ଉପରକୁ ଉଠିବା ଦେଖି ଓଡ୍ରାଫ ଟିମ ବୋଟ ସାହାଯ୍ୟ ରେ ଉଦ୍ଧାର କରି ନଦୀ କୂଳକୁ ଆଣିଥିଲେ, ଉକ୍ତ ସ୍ଥାନ ରେ ଓଡ୍ରାଫ ଟିମ ବଲାଣି ପୋଲିସ ଓ ଜଙ୍ଗଲ ବିଭାଗ ଉପସ୍ଥିତ ଥିବା ଦେଖି ବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *