ତାଳଚେର ରାଜନୀତିରେ ଠିଆ ପାଲା

ଫୋକସ ପ୍ଲସ (ତାଳଚେର): ଆଗାମୀ 2024 ନିର୍ବାଚନକୁ ଆଖି ଆଗରେ ରଖି ଏଠି ବିରୋଧୀ ଓ ଶାସକ ତୁମ୍ବି ତୋଫାନ କରିବା ଦେଖିବାକୁ ମିଳିଛି | ଆମେ ଏଇଥି ପାଇଁ କହୁଛୁ ଠିଆ ପାଲା | ତାଳଚେରରେ ମାଳମାଳ କଲ୍ୟାଣ ମଣ୍ଡପ ଶିଳା ନ୍ୟାସ ହେଉଛି ଶାସକ କରୁଛନ୍ତି ,ବିରୋଧୀ ମଧ୍ୟ କରୁଛନ୍ତି, କିନ୍ତୁ ଏଠି ସବୁ ଯୋଜନା ଫେଲେ ମାରିଛି ବୋଲି ସାଧାରଣ ଲୋକ କହୁଛନ୍ତି ଘଟଣାରୁ ଯାହା ଜଣା ପଡିଛି |ଗତଚାରି ତାରିଖରେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ମହେଶ ସାହୁ ଓ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ସମେତ ଗ୍ରାମର ନେତୃମଣ୍ଡଳୀ ଙ୍କ ଉପସ୍ଥିତରେ ତାଳଚେର ପୌରାଅଞ୍ଚଳ ୧୮ନଂ ୱାର୍ଡ ଦେଉଳବେଢ଼ା ତେଲିସାହି ଠାରେ ଜିଲ୍ଲା ଖଣିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ କଲ୍ୟାଣ ମଣ୍ଡପର ଭୂମି ପୂଜନ ଓ ଶିଳାନ୍ୟାସ କରାଯାଇଥିଲା | କିନ୍ତୁ ପାଞ୍ଚ ତାରିଖ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଚାରି ତାରିଖରେ ଉଦଘାଟନ ଖବର ଜାଣିବା ସତ୍ୟେ ମଧ୍ୟ୍ୟ ସେ ପ୍ରକଳ୍ପଟିକୁ ପୁନର୍ବାର ୩୦ ଲକ୍ଷ ଟଙ୍କାର ବ୍ୟୟରେ ଭୂମି ପୂଜନ ଓ ଶିଳାନ୍ୟାସ କରୁଛନ୍ତି ଆମେ ଏଇଥି ପାଇଁ ଠିଆ ପାଲା |

କହୁଛୁ ତାଳଚେର ବାସୀ ଓ ଦେଉଳବେଢା ଗ୍ରାମ ବାସୀ ଜାଣିଛନ୍ତି ଯୋଉଠି ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟକ ଜିଲ୍ଲା ଖଣିଜ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ କଲ୍ୟାଣୀ ମଣ୍ଡପ ନିର୍ମାଣ କରିବା ପାଇଁ ପ୍ରଚେଷ୍ଟା ଥିବା ବେଳେ ଭାରତ ବର୍ଷ ର ସର୍ବଶ୍ରେଷ୍ଠ କେନ୍ଦ୍ରମନ୍ତ୍ରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀ ମାତ୍ର ୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି। ଏହା ଅତି ନିନ୍ଦନୀୟ ନାଁ ରାଜନୀତିକ ଠିଆ ପାଲା. ଯଦି ଠିଆ ପାଲା ନୁହେଁ ତାହା ହେଲେ ତାଳଚେର ଜନସାଧାରଣ ଙ୍କ ପ୍ରଶ୍ନ ତାଳଚେର ପୌର ପରିଷଦ ରେ 21ଟା ୱାର୍ଡ ଏହି 21ଟା ୱାର୍ଡ ରେ କେବେ କଲ୍ୟାଣ ମଣ୍ଡପ ଶିଳା ନ୍ୟାସ କରିବେ ଯଦି ନ ହୁଏ ଏହାର ଉଚିତି ଜବାବ ଦେବେ ଆଗାମୀ ନିର୍ବାଚନ ରେ |

ତାଳଚେରରୁ ରବିନ୍ଦ୍ର ନାଥଙ୍କ ରିପୋର୍ଟ .

 

Leave a Reply

Your email address will not be published. Required fields are marked *