ତାତିରୁ ନିସ୍ତାର ନାହିଁ, ପୁଣି ବଢ଼ିବ ତାତି

ଫୋକସପ୍ଲସ 13/05/2023(ବୁରୋ): ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରକୋପ। ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାବେଳେ ଆସନ୍ତା ୧୩ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଶୁକ୍ରବାର ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୩୬.୨ ପ୍ରତିଶତ ତାପମାତ୍ରା ରେକର୍ଡ ହୋଇଛି।
ସେହିପରି ଭୁବନେଶ୍ଵରରେ ୩୫.୨ ଡିଗ୍ରୀ, ହୀରାକୁଦରେ ୩୫ ଡିଗ୍ରୀ, ଚାନ୍ଦବାଲିରେ ୩୪ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ, କେନ୍ଦୁଝର ଏବଂ ପାରଦୀପରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ଏବଂ ବାଲେଶ୍ଵରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ତାପମାତ୍ରା ରହିବା ନେଇ ଆକଳନ କରାଯାଇଛି। ଗୁରୁବାର ଦିନ ସମ୍ବଲପୁର, ଝାରସୁଗୁଡ଼ା ଏବଂ ହୀରାକୁଦର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର।

Leave a Reply

Your email address will not be published. Required fields are marked *