ତହସିଲ କାର୍ଯ୍ୟାଳୟରେ ଧାରଣା ଦେଲେ ଚାଷୀ

ଫୋକସ ପ୍ଲସ(ରଘୁନାଥପୁର)୨୫/୦୮/୨୦୨୨: ରିଖରେ ଶତାଧିକ ରାଢ଼ଙ୍ଗ ଚାଷୀ, ରଘୁନାଥପୁର ତହସିଲଦାର ରୁପାଳିକା ଦାସଙ୍କୁ ଦେଧଘଣ୍ଟା ଧରି ଘେରି ରହିଥିଲେ ଜୱାଡ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ସମ୍ପର୍କରେ ସୂଚନା ପାଇବା ପାଇଁ । ପ୍ରକାଶ ଥାଉ କି ଜୱାଦ୍ ବାତ୍ୟାର ନଅ ମାସ ପରେ ରାଢ଼ଙ୍ଗ ଚାଷୀଙ୍କୁ ଯେଉଁ କ୍ଷତି ସହାୟତା ମିଳିଲା, ଲାଗିଲା ସତେ ଯେମିତି ଭିକାରୀ ଥାଳରେ ମୁଠାଏ ଚାଉଳ ଫୋପାଡ଼ି ଦେବା । ୨୦୨୧ ସେପ୍ଟେମ୍ବର ବର୍ଷା ବିତ୍ପାତ ଓ ଜୱାଦ୍ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବା ଏବଂ କ୍ଷତି ଆକଳନ କାର୍ଯ୍ୟଟି ତହସିଲ ଏବଂ କୃଷି ବିଭାଗ ଦ୍ଵାରା ଅତ୍ୟନ୍ତ ଖାମଖିଆଲି ଭାବେ କରାଗଲା ଯାହା ଫଳରେ କ୍ଷତି ଗ୍ରସ୍ତ ହୋଇଥିବା ଚାଷିଟି, ସରକାରଙ୍କ ବ୍ରିଟିଶ ଅମଳର ରିଲିଫ କୋର୍ଡ ଅନୁଯାୟୀ ଦିଆଯାଉଥିବା ସହାୟତା ରାଶି, ସଠିକ୍ ଭାବେ ପାଇ ପାରିଲା ନାହିଁ। କେଉଁ ଚାଷୀର କେତେ ପରିମାଣର ଫସଲ ନଷ୍ଟ ହୋଇଛି ଏବଂ କେତେ ପରିମାଣର ସହାୟତା ରାଶି ପାଇବ, ଏ ସମ୍ପର୍କରେ କୌଣସି ସୂଚନା ଦେବାକୁ ତହସିଲଦାର ମନା କରିଦେବା ନିଶ୍ଚିତ ଭାବରେ ସରକାରୀ ଦୁର୍ନୀତି କାର୍ଯ୍ୟକଳାପକୁ ପ୍ରମାଣିତ କରୁଛି ଏବଂ ଚାଷୀର ସୂଚନା ପାଇବାର ସ୍ଵାଧୀନତାକୁ କ୍ଷୁର୍ଣ୍ଣ କରୁଛି। ଆରପଟେ ସ୍ବାଧୀନତାର ଅମୃତ ମହୋତ୍ସବ, ମହା ସମାରୋହରେ ପାଳନ କରାଯାଉଛି । ଆର୍ଥିକ ଯନ୍ତ୍ରଣାରେ ସଢ଼ୁଥିବା ଚାଷୀଦୁଃଖ ଶୁଣୁନାହିଁ ସରକାର, ପ୍ରଶାସନ ।
ଚାଷୀଙ୍କୁ ସୂଚନା ପ୍ରଦାନ ଏବଂ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ଚାଷୀଙ୍କୁ କିଭଳି ଭାବେ ସହାୟତା ମିଳିବ, ଜଳ ନିଷ୍କାସନ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ କଳକର ଛାଡ କରିବା, ଖରାଟିଆ ଫସଲ ପାଇଁ ଉଠା ଜଳ ସେଚନ ବ୍ୟବସ୍ଥା କରିବା, ଆଦି ଦାବି ଗୁଡ଼ିକ ଉପରେ ଆସନ୍ତା ୨୫ ତାରିଖରେ ସହକାରୀ କୃଷି ଅଧିକାରୀ, ତହସିଲଦାର ଓ ରାଢ଼ଙ୍ଗ ଚାଷୀଙ୍କୁ ନେଇ ଏକ ବିଶେଷ ଆଲୋଚନା ବୈଠକ ହେବାର ପ୍ରତିଶ୍ରୁତି, ତହସିଲଦାର ରୁପାଲିକା ଦାସ ଦେଇଥିଲେ।ତହସିଲଦାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆଜି ତା ୨୫/୮/୨୦୨୨ ରିଖରେ ରାଢ଼ଙ୍ଗ ପଞ୍ଚାୟତରୁ ପଚାଶରୁ ଉର୍ଦ୍ଧ୍ବ ଚାଷୀ, ଦିନ ଦଶ ଟା ସମୟରେ ତହସିଲ ପହଞ୍ଚିଥିଲେ। ମାତ୍ର ତହସିଲଦାରଙ୍କ ଦେଖା ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ଚାଷୀ ମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଡ଼ହଡ଼ହ ଖରାରେ ଧାରଣା ଦେଲେ। ଦିନ ଦୁଇଟା ସମୟରେ ତହସିଲଦାର ଫୋନ୍ ଯୋଗେ ଚାଷୀ ମାନଙ୍କୁ ଭୁଲ ମାଗିବା ସହିତ ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟା ସମାଧାନ ଦିଗରେ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବାର ଦୃଢ଼ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ଧାରଣା ସ୍ଥଗିତ ରଖିଲେ।

Leave a Reply

Your email address will not be published. Required fields are marked *