ତହସିଲଦାର ଙ୍କୁ ଆକ୍ରମଣ

ଫୋକସ ପ୍ଲସ 22/2/23(କେନ୍ଦ୍ରାପଡ଼):ଡେରାବିଶ ତହସିଲଦାରଙ୍କୁ କିଛି ବାଲି ବେପାରୀ ଓ ବାଲି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁହାଳ ସିଂହ ଅଞ୍ଚଳ ରେ ଏକ ସ୍ଥାନ ରେ ଚୋରା ବାଲି ଜମା କରି ବିକ୍ରି କରାଯିବା ସହ ସେହି ସ୍ଥାନରେ ବାଲି ମାଫିଆ ଙ୍କ ଅଡ୍ଡା ଚାଲୁଥିବା । ଡେରାବିଶ ତହସିଲଦାର ଅକ୍ଷୟ କୁମାର ପରିଡା ଖବର ପାଇ ସେଠାରେ ଚଢ଼ାଉ କରି ଏକ ବେଆଇନ ବାଲି ବୋଝେଇ ଟ୍ରକକୁ ଜବତ କରୁଥିବା ବେଳେ ବାଲି ମାଫିଆ ତ୍ରିଲୋଚନ ସାହୁ ଓ ତା ସହଯୋଗୀ ତହସିଲଦାରଙ୍କ ଗାଡି ରୋକି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଆକ୍ରମଣରେ ତହସିଲଦାର ଆହତ ହେଇଥିଲେ। ତହସିଲଦାରଙ୍କୁ ଅଭିଯୁକ୍ତ ମାନେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ପରେ କେନ୍ଦ୍ରାପଡା ସଦର ଥାନାରେ ତହସିଲଦାର ଅକ୍ଷୟ କୁମାର ପରିଡା ଆକ୍ରମଣ କରିଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ବାଲି ମାଫିଆ ମାନେ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *