ତବୁଙ୍କୁ ଡେଟ କରିଥିଲେ ନାଗାର୍ଜୁନ, ୧୦ବର୍ଷ ଧରି ଚାଲିଥିଲା, ପ୍ରେମ କାହିଁକି ହୋଇନଥିଲା ବିବାହ ?

ଫୋକସ ପ୍ଲସ(ବ୍ୟୁରୋ)୦୫/୦୯/୨୦୨୨: ଆପଣ ଜାଣନ୍ତି କି ? ସାଉଥ ଷ୍ଟାର ନାଗାର୍ଜୁନ ଅଭିନେତ୍ରୀ ତବୁଙ୍କୁ ଡେଟ କରିଛନ୍ତି | ନାଗାର୍ଜୁନ ଏବଂ ତବୁ ୧୦ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ | ନାଗାର୍ଜୁନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଗୁରୁତର ଥିଲେ ତବୁ। କିନ୍ତୁ ଏହି ସମ୍ପର୍କର ସବୁଠାରୁ ବଡ ସମସ୍ୟା ଥିଲା ନାଗାର୍ଜୁନ ପୂର୍ବରୁ ବିବାହିତ ଥିଲେ |

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ପାଇଁ ପ୍ରସ୍ତୁତ । ଅନେକ ବଡ ତାରକା ଏହି ବଡ ବଜେଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି |ଏଥିରେ ସାଉଥ ସୁପରଷ୍ଟାର ନାଗାର୍ଜୁନ ମଧ୍ୟ ରହିଛନ୍ତି| ବଲିଉଡରେ ନାଗାର୍ଜୁନଙ୍କ ପାଇଁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଦକ୍ଷିଣ ଚଳଚ୍ଚିତ୍ରର ତାରକା ନାଗାର୍ଜୁନଙ୍କର ବଲିଉଡ ସହିତ ବହୁତ ପୂର୍ବରୁ ଗଭୀର ସମ୍ପର୍କ ରହିଛି | ଆମେ ଏଠାରେ ତାଙ୍କର ବ୍ୟକ୍ତିଗତ କଥା କହୁଛୁ | ଖୁବ୍ କମ୍ ଲୋକ ଜାଣନ୍ତି ଯେ, ନାଗାର୍ଜୁନ ବଲିଉଡର ସୁନ୍ଦରୀ ତବୁଙ୍କୁ ଡେଟ୍ କରିଥିଲେ |ତବୁ ଏବଂ ନାଗାର୍ଜୁନ ସେମାନଙ୍କ ସମ୍ପର୍କକୁ କେବେ ବି ସ୍ୱୀକାର କରିନାହାଁନ୍ତି |କିନ୍ତୁ କୁହାଯାଏ ପ୍ରେମ ଲୁଚାଇଲେ ନାହିଁ, ଲୁଚେ ନାହିଁ | ନାଗାର୍ଜୁନ ଏବଂ ତବୁଙ୍କର ଏହି ପ୍ରେମ ମଧ୍ୟ ଅଛପା ରହିନଥିଲା | ତବୁ ଆଜି ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି।ତବୁ ଙ୍କ ନା ସାଜିଦ ନାଦିଆଡୱାଲା, ସଞ୍ଜୟ କପୁରଙ୍କ ସହ ଶୁଣା ଯାଇଥିଲା । ନାଗାର୍ଜୁନ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ |

ନାଗାର୍ଜୁନ ଏବଂ ତବୁ ଙ୍କ ଲୁଚାଛପା ପ୍ରେମ ସମ୍ପର୍କ ୧୦ ରହିଥିଲା |ତବୁ ଏହି ସମ୍ପର୍କରେ ସ୍ଥିରତା ଚାହିଁଥିଲେ | ହେଲେ ସେ ବୁଝି ସାରିଥିଲେ ଯେ ନାଗାର୍ଜୁନ ତାଙ୍କ ପତ୍ନୀଙ୍କୁ ତାଙ୍କ ପାଇଁ ଛାଡିବେ ନାହିଁ |ତେଣୁ ଏହି ସମ୍ପର୍କର କୌଣସି ଭବିଷ୍ୟତ ନାହିଁ ବୋଲି ଜାଣି ସାରିଥିଲେ ତବୁ | ନାଗାର୍ଜୁନ ପୂର୍ବରୁ ୨ ଥର ବିବାହ କରିସାରିଥିଲେ |ତୃତୀୟ ଥର ତବୁଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେବା ଠାରୁ ଦୂରେଇ ରହିଥିଲେ |ଏବଂ ଉଭୟ ପରସ୍ପର ଠାରୁ ଦୂରେଇ ଯାଇଥିଲେ |ଅଧୁରା ରହିଗଲା ତବୁ ଏବଂ ନାଗାର୍ଜୁନଙ୍କ ଏହି ପ୍ରେମ କାହାଣୀ |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *