ଫୋକସ ପ୍ଲସ (ବ୍ୟୁରୋ)୧୩/୦୭/୨୦୨୨ : ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ତଥ୍ୟ ବଦଳ ରେ ଜାତିଆନା ମିଥ୍ୟା କେଶ ରେ ଏଠି ଯିବାକୁ ପଡୁଛି ଜେଲ।
ଜନତାଙ୍କ ସମସ୍ୟାକୁ ନେଇ ଖବର ପ୍ରକାଶ କଲେ ସରକାରୀ କଳର ହେଉଛି କଣ ଜଳା ପୋଡା।
ଗରିବ ଚାଷୀ ଙ୍କ ଅର୍ଥ ହଡପ କରି ସରକରୀ ରାଜକୋଷ ରେ ଚୂନ ଲଗାଇବାକୁ ଏ ସର୍ବଗିଲା ଅଧିକାରୀ ଙ୍କୁ କିଏ ଦେଇଛି ଅନୁମତି।
ତେବେ ଏଭଳି ଏକ ବଡ ଧରଣ ଦୁର୍ନୀତି କୁ ସରକାରଙ୍କ ଦୃଷ୍ଟି କୁ ଆଣିବା ପାଇଁ ଜଣେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାଗିଥିଲେ ସୂଚନା ଅଧିକାର ଆଇନ ବଳ ରେ ତଥ୍ୟ। ହେଲେ ତଥ୍ୟ ବଦଳ ରେ ବିଭାଗୀୟ ଅଧିକାରୀ ବିଭିନ ମିଥ୍ୟା ଆରୋପ ଓ ଜାତିଆନା କେଶ ରେ ଫସାଇ ଥିଲେ ସାମ୍ବାଦିକଙ୍କୁ। ସରକାରୀ କଳ ରେ ରହି ଖେଳି ଥିଲେ ନିଜର ଜାତିଆନା କାର୍ଡ।
ତେବେ ସଂମ୍ପୃତ ଘଟଣା ର ଟିକିଏ ଭିତରକୁ ଯିବା।
ଏ ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ଥିବା କୃଷି ବିଭାଗ। ଆଉ ଏ ବିଭାଗ ଉପରକୁ ଯେତେ ଚିକ୍କଣ ଦେଖାଯାଉଥିଲେ ସୁଦ୍ଧା ଭିତରେ ଭରି ରହିଛି ଦୁର୍ନୀତି ର କଳା ପାହାଡ଼। ସରକାରଙ୍କ ସବୁ ଯୋଜନା କୁ ଏଠି ଚଳୁ କରିଦେଇଛନ୍ତି ବିଭାଗୀୟ ଅଧିକାରୀ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଠାରୁ ଆରମ୍ଭ କରି ବିଭାଗର ସମସ୍ତ ସରକାରୀ କାର୍ଯ୍ୟକ୍ରମର ବିଲ ଓ ଭାଉଚର ର ଖର୍ଚ୍ଚ ର ହିସାବ ୨୦୧୯ ମସିହା ଠାରୁ ଜାଣିବା ପାଇଁ ସୂଚନା ଅଧିକାର ଆଇନ ରେ ଡିସେମ୍ବର ୨୦୨୧ ରେ କୃଷି ବିଭାଗକୁ ମାଗିଥିଲେ ଆମ ନର୍ଲା ପ୍ରତିନିଧି ରଞ୍ଜନ ମହାନ୍ତି। ଆଉ ସେତେ ବେଳ ବିଭାଗ ଦାଇତ୍ୱ ରେ ଥାନ୍ତି ମହିଳା ଅଧିକାରୀଣୀ ଶିବାନୀ ପ୍ରଧାନ। ସବୁ ଦୁର୍ନୀତିର କାଡ଼ଫର ଥିଲେ ମାଡାମ ଶିବାନୀ ପ୍ରଧାନ। ମାଡାମଙ୍କ ସବୁ ଦୁର୍ନୀତି ର କଳା କାରନାମା ସୂଚନା ଅଧିକାର ଆଇନ ବଳରେ ଧରା ପଡିଯିବା ଭୟ ରେ ଜଣେ ଆଦିବାସୀ ମହିଳା ବୋଲି ମାଡାମ ଚଲାଇଲେ ନିଜର ମହିଳା ଓ ଜାତିଆନା କାର୍ଡ। ଯାହା ଆଦିବାସୀ ଜାତିଙ୍କୁ ଉପେକ୍ଷା ସଦୃଶ। ସରକାରୀ ସ୍ଥରରେ ଆଦିବାସୀ ହେଲେ କଣ ଲେଖାଅଛି ଦୁର୍ନୀତି କରିବେ। ତେବେ ରାଜ୍ୟ ସରକାର ଙ୍କ ଫାଇଭ ଟି କୁ ଏଠି ଖୋଦ ସରକାରୀ ଅଧିକାରୀ ମାନେ ବେଖାତିର କରି ଚଳାଇଛନ୍ତି ଟେନ ଟି ସରକାର।ସାମ୍ବାଦିକ ରଞ୍ଜନ ମହାନ୍ତି ଯାଇଥିଲେ ସୂଚନା ଅଧିକାର ଆଇନ ର ଫୋର୍ମ ନେଇ କାର୍ଯ୍ୟାଳୟକୁ। ସୂଚନା ପାଇବା ବଦଳ ରେ ନର୍ଲା କୃଷି ଅଧିକାରିଣୀ ମାଡାମ ଶିବାନି ମିଥ୍ୟା ଅଭିଯୋଗ ନେଇ ପହଂଚି ଥିଲେ ନର୍ଲା ଥାନାରେ। ଆଉ ନର୍ଲା ଅଧିକାରୀ ଘଟଣା ର ତଦନ୍ତ କରିବା ଦୂରର କଥା ରଞ୍ଜନ ମହାନ୍ତି ଙ୍କ ଅଜଣାତ ରେ ରାତି ଦୁଇଟା ସମୟରେ ରଞ୍ଜନ ରହୁଥିବା ନର୍ଲା ସ୍ଥିତ ଭଡାଘରୁ ପୋଲିସ ଉଠାଇ ଆଣିଥିଲା। ଆଉ ଭବାନୀପାଟଣା ସଦର ଥାନା କୁ ରାତିଅଧିଆ ଉଠାଇ ନେଲା ରଂଜନ ଙ୍କୁ। ତେବେ ଏଠି ପ୍ରଶ୍ନ ଉଠେ ସାମ୍ବାଦିକ ରଞ୍ଜନ ମହାନ୍ତି କଣ ହାଡ଼କୋର କ୍ରିମିନାଲ ଥିଲେ କି ?
ନର୍ଲା ପୋଲିସ ନର୍ଲା ଥାନା କୁ ନନେଇ କାହିଁକି ଭବାନୀପାଟଣା ନେଲା । କାହା ଚାପରେ ଚେପା ହୋଇ ନର୍ଲା ପୋଲିସ ଜଣେ ଦୁର୍ନୀତି ଖୋର ସରକାରୀ ଅଧିକାରିଣୀଙ୍କୁ ସୁରକ୍ଷା ଦେବା ଓ ମିଥ୍ୟା ଅଭିଯୋଗ କୁ ଗ୍ରହଣ କରି ଜଣେ ସାମ୍ବାଦିକ ଙ୍କୁ ରାତି ଅଧିଆ ଉଠାଇ ନେଲା। ତେବେ ଚାଷୀ ଙ୍କ ସମସ୍ୟା ନେଇ ଖବର ପ୍ରକାଶ କରିବା କଣ ଭୁଲ କି ରଞ୍ଜନ ମହାନ୍ତି ଙ୍କର?
ଦୁର୍ନୀତି କୁ ଲୋକ ସରକାର ଙ୍କ ପାଖରେ ପହଚାଇବା ଓ ଏହାର ପ୍ରମାଣ ପାଇଁ ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗିବା କଣ ଭୁଲ ଥିଲା କି ସାମ୍ବାଦିକ ଙ୍କର। ଏ ସମସ୍ତ ଘଟଣା ର ଟିକ ନିକ ପ୍ରମାଣ ଆମେ ଆଣିବୁ ଆପଣ ଙ୍କ ସାମ୍ନାକୁ।
ତେବେ ସତ୍ୟ କୁ ସାମ୍ନା କରିବାକୁ ଯାଇ ଆମ ପ୍ରତିନିଧି ରଞ୍ଜନ ମହାନ୍ତି ଙ୍କୁ ଯଦି ମିଥ୍ୟା କେଶ ରେ ଜେଲ ଭୋଗିବାକୁ ପଡିଲା ତେବେ ନର୍ଲା କୃଷି ବିଭାଗ ରେ ପୂର୍ବ ଦୁଇ ବର୍ଷ ର ମହାଦୁର୍ନୀତି ରେ ଲିପ୍ତ ଥିବା କୃଷି ଅଧିକାରିଣୀ ଶିବନୀ ପ୍ରଧାନ ଙ୍କୁ ସରକାର ଚାକିରୀ ରୁ ବାହୀରସ୍କୃତ କରି ଜେଲ ପଠାଇବେ ତ?
ନା ପୁଣି ମାଡାମ ଶିବାନୀ ସରକାର ଙ୍କ ବିରୁଦ୍ଧରେ ଆଉ କିଛି ମିଥ୍ୟା ଆରୋପ ଲଗାଇବେ ତାହା ଦେଖିବାକୁ ବାକି ରହିଲା। ତେବେ ଏଠି ଆମେ ଦୃଢତାର ସହ ଦୁର୍ନୀତି ଏଥି ପାଇଁ କହୁଚୁ କି ଯାହାର ଠୋସ ପ୍ରମାଣ ଆମ ହାତରେ ଲାଗିଛି।
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |