ଫୋକସ ପ୍ଲସ 6/12/2022(ଯଖପୁରା): ଦାନଗଦି ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତ ବିଗତ ଦିନରେ ଆଖପାଖ ଅଞ୍ଚଳର ନିଜର ସ୍ବତନ୍ତ୍ର ପରିଚୟ ରହିଅଛି। କାରଣ ଯଖପୁରା ଗ୍ରାମରେ ଧନର ଅଭାବ ନଥିବା ସହିତ ରାଜନୈତିକ କ୍ଷେତ୍ରରେ ମଧ୍ଯ ସର୍ବଦା ଆଗରେ ଥାଏ। ମାତ୍ର କିଛି ଏପରି କଥା ପଞ୍ଚାୟତ ବାସୀଙ୍କ ଆଖି ଆଗକୁ ଆସିଛି। ଯାହା କି ଦେଖିଲେ ସମସ୍ତେ କହିବା କି ସତରେ କଣ ଏପରି ହୋଇପାରେ। ଯେଉଁ ଜାଗା ପୂର୍ବରୁ ଯଖପୁରା ଗ୍ରାମ ପଞ୍ଚାୟତ ପାଖାପାଖି ଥିବା ନଦୀ କୂଲିଆ ଲୋକ ମାନଙ୍କ ବନ୍ଯା ସମୟରେ ଆଶ୍ରୟ ସ୍ଥଳୀ ରୂପେ ବ୍ଯବହାର କରନ୍ତି। ତାକୁ କିଛି ବାହାର ଲୋକ ଡୁପ୍ଲିକେଟ୍ ଡକୁମେଣ୍ଟ ଦେଖାଇ ବିକ୍ରୀ କରିବା ପାଇଁ ଚକ୍ରାନ୍ତ ଚଲେଇଛନ୍ତି। ସେ ସ୍ଥାନ ଟିକୁ କାଚରା ପଡିଆ ଭାବରେ ସମସ୍ତଙ୍କୁ ଜଣାଥିବା ବେଲେ ଜାଗାଟି ଯଖପୁରା ଷ୍ଟେସନ କୁ ଯିବାକୁ ହେଲେ ଷ୍ଟେସନ ରାସ୍ତା ବାମ ଓ ଡାହାଣ ସାଇଟ୍ରେ ଅବସ୍ଥିତ ଯାହା କି ବିଗତ ଦିନରେ ଜଙ୍ଗଲ କାଟି ଗ୍ରାମ ପଞ୍ଚାୟତ ବାସୀ ଗ୍ରାମ ପଞ୍ଚାୟତ ମେଳା ମୈଉଛୁକ କରିବା ସହିତ ପିଲାମାନଙ୍କ ଖେଳକୁଦ କରନ୍ତି। ଉକ୍ତ ଜାଗା ପାଖାପାଖି ୨୫ଏକରହେବ କୈଣସି ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଧରି ଜଣେ ବାହାର ଲୋକ ଡୁପ୍ଲିକେଟ୍ ଡକୁମେଣ୍ଟ ବନାଇ ଲୋକ ମାନଙ୍କୁ ଚଢାଦରରେ ବିକ୍ରୀ କରିବା ପାଇଁ ଚକ୍ରାନ୍ତ କରିବାକୁ ଚେ଼ଷ୍ଟା କରୁଥିବା ଜାଣି ଯଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣଜ୍ଯାତି ସାମଲଙ୍କ ସହଯୋଗରେ ଗ୍ରାମ ବାସୀ ବିରୋଧ କରିବା ସହିତ ଆଇନର ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଆର୍.ଆଇ ଦେଇଥିବା ରିପୋର୍ଟ ଅନୁଯାୟୀ ବିନା ଦସ୍ତଖତରେ ଟିଏଲସି ରେ ଚଡି ଯାଇଛି। ଯାହା କି ବେଆଇନ୍ ବୋଲି ବହୁ ଜମି ଜମା ବିଷାରଦ ନିଜ ମତ ଦେବା ସହିତ ହେରାଫେରୀ ହୋଇଥିବା କଥା କହିଛନ୍ତି। ତେଣୁ ଏହି ପରି ଆହୁରି ଅନେକ ପ୍ରମାଣ ଅଛି।ଯାହା କି କୋର୍ଟରେ ଦିଆଯିବ ବୋଲି କେସ୍ କରିଥିବା ଗ୍ରାମ ବାସୀ କହିଛନ୍ତି। ଯଖପୁରା ଗ୍ରାମ ବାସୀ ମାନଙ୍କ ଭବିଷ୍ଯତ ପାଇଁ ଆଉ କୌଣସି ଜାଗା ନାହିଁ । କାରଣ ପଞ୍ଚାୟତରେ ଥିବା ସମସ୍ତ ଜାଗାକୁ କଲିଙ୍ଗନଗରରେ ଗଢିଉଠିଥିବା କଳକାରଖାନାରେ ଚାଲି ଯିବା ପରେ ଆଗକୁ ଗ୍ରାମରେ କିଛି ଉର୍ନତିମୂଳକ କାର୍ଯ୍ୟ କରିବା ପାଇଁ ଖଣ୍ଡିଏ ଜାଗା ନଥିବା ବେଳେ କିଛି ବାହାର ଲୋକ ଡୁପ୍ଲିକେଟ୍ ଡକୁମେଣ୍ଟ ଦେଖାଇ ଏପରି କରିବା ଦ୍ବାରା ଏହା କୁ ବିରୋଧ କରି ପଞ୍ଚାୟତର ବହୁ ଲୋକ ଆଇନ୍ର ଆଶ୍ରୟ ନେଇଛନ୍ତି। ଅରୁଣଜ୍ଯାତି ସାମଲ, ପରେମଶ୍ବର ପାଳ, ଅଲେଖ ସାମଲ, ନିରଞ୍ଜନ ମହାରଣା, ପିତାମ୍ବର ଜେନା, ସୁଦାମ ଜେନା, ପଦ୍ମନାଭ ପହି, ଦିଲ୍ଲୀପ ନାୟକ, କୈଲାଶ ଜେନା,ନାରାୟଣ ପଣ୍ଡା, ପଦ୍ମନାଭ ଜେନା, ପିତାମ୍ବର ଜେନା ପ୍ରଶାନ୍ତ କୁମାର ବାରିକ ଓ ଆହୁରି ଅନେକ ସହଯୋଗର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଛି। ଦାନଗଦି ତହସିଲଦାରଙ୍କୁ ଏ ବିଷୟରେ କୌଣସି ଜଣାନଥିବାରୁ ସେ ସମ୍ପୂର୍ଣ୍ଣ ତଥ୍ଯ କୁ ଅନୁଧ୍ଯାନ କରୁଥିବା କଥା କହିଛନ୍ତି।
