NPCI18/11/2023; ଏକ ବର୍ଷରୁ ଅଧିକ ସମୟ ଧରି ଅଚଳ ରହିଥିବା ୟୁପିଆଇ ଆଇଡିଗୁଡ଼ିକୁ ନିସ୍କ୍ରିୟ କରିବା ଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ଗୁଗୁଲପେ, ଫୋନ୍ପେ ଓ ପେଟିଏମ୍ ଭଳି ଆପ୍ ଓ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏନ୍ପିସିଆଇ ହେଉଛି ସେହି ସଂସ୍ଥା ଯାହା ୟୁପିଆଇର ପରିଚାଳନା କରୁଛି। ଅନେକ ସମୟରେ କୌଣସି ବ୍ୟକ୍ତି ନିଜର ପୁରୁଣା ନମ୍ବରକୁ ବଦଳାଇ ନୂଆ ନମ୍ବର ନେବା ବେଳେ ସେହି ନମ୍ବରକୁ ବ୍ୟାଙ୍କ ସହ ପଞ୍ଜୀକୃତ କରାଇନଥାନ୍ତି। ପୁରୁଣା ନମ୍ବରକୁ ବ୍ୟାଙ୍କ ଖାତାରୁ କାଟିନଥାନ୍ତି। ସେହିଭଳି ପରିସ୍ଥିତିରେ ଯଦି ସେହି ବ୍ୟକ୍ତିଙ୍କ ପୁରୁଣା ନମ୍ବରକୁ ଟେଲିକମ୍ କଂପାନି ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ଜାରି କରିଥାଏ ତେବେ ସେଭଳି ମାମଲାରେ ଭୁଲରେ ଅନ୍ୟ କାହା ପାଖକୁ ଟଙ୍କା ଚାଲିଯିବାର ଆଶଙ୍କା ରହିଛି। ସେଥିପାଇଁ ବର୍ଷକରୁ ଅଧିକ ସମୟ ଧରି ଅଚଳ ଥିବା ୟୁପିଆଇ ଆଇଡିଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଏନ୍ପିସିଆଇ ନିର୍ଦ୍ଦେଶ ଦେଇଛି।
