ଡାକ୍ତରଖାନା ପରିସରରେ ଭୃଣ ହତ୍ୟା

ଫୋକସ ପ୍ଲସ ୩/୨/୨୩(କୋରାପୁଟ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ କେହି ଜଣେ ଭୃଣ ହତ୍ୟା କରି ପକାଇ ଦେଇଥିବା ଭଳି ଘଟଣାକୁ ନେଇ ଆଜି ପୋଲିସ ଥାନାରେ ଅଭିଯୋଗ ହୋଇଛି। ଡକ୍ଟର ସୌମିତ୍ର ଦଳାଇ ପୋଲିସ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି। ଦଶମନ୍ତପୁର ବ୍ଲକରେ ଏଭଳି ଜଘନ୍ୟ ଅପରାଧ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଡାକ୍ତରଖାନା ପକ୍ଷରୁ ଏତଲା ଦେବା ପରେ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଅତି ରିକ୍ତ ମହିଳା ଥାନା ଅଧିକାରୀ ନିର୍ମଳା ଲିମା ଏକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ୧୨ ରୁ ୧୪ ମାସ ହୋଇ ଥିବା ମଣିଷ ପିଣ୍ଡକୁ ଉଧାର କରିଥିବା ଜଣାପଡିଛି । କିଏ ଏ ଭଳି ବେଆଇନ୍ କାମ କରିଛି ତାକୁ ଜାଣି ବା ଲାଗି ଡାକ୍ତରଖାନାର ସି ସି କ୍ୟାମେରା ଫୁଟେଜର ଯାଞ୍ଚ୍ କରିବା ଲାଗି ପୋଲିସ ଓ ଡକ୍ଟର ମଧ୍ୟରେ ଆଲୋଚନା କରିଥିବା କୁହାଯାଇଛି। ସୂଚନା ମୁତାବକ ଡକ୍ଟର ସୌମିତ୍ର ଦଳାଇ କହିବା ଅନୁସାରେ ଗତ ଗୁରୁବାର ବିଳମ୍ବିତ ରାତ୍ରରେ ଏକ ଧଳା କପଡାରେ ଗୁଡା ଗୁଡ଼ି ହୋଇଥିବା ଅବସ୍ଥାରେ ଡାକ୍ତରଖାନା ରାସ୍ତାରେ ପଡ଼ିଥିଲା। ଏହା ପ୍ରଥମେ ଡାକ୍ତର ଖାନାର ସିକ୍ୟୁରିଟି ଗାର୍ଡ ଦେଖି , ତାଙ୍କୁ ଜଣାଇ ଥିଲେ। ଏଥିରେ ମଣିଷ ଛୁଆ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ କର୍ମଚାରୀ ମାନେ ସମସ୍ତେ ଚକିତ ହୋଇ ଥିଲେ। ଏହା କିଏ କରିଛି ବୋଲି ସାଙ୍ଗେ ସାଙ୍ଗେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ। ଏବଂ ପୋଲିସ ଥାନାରେ ଘଟଣାକୁ ନେଇ ଏତଲା ଦେଇଥିବା ଡକ୍ଟର ପ୍ରକାଶ କରିଛନ୍ତି। ପୁଣି ଏହି ଭୃଣ ହତ୍ୟା ଘଟଣା ଦୁଇରୁ ତିନି ଦିନ ମଧ୍ୟରେ ଏଭଳି ହୋଇଛି । ପାଚେରୀ ତଳୁ ପଡ଼ିଥିବା ଏହି ଛୁଆକୁ ରାସ୍ତାକୁ କୁକୁର ଟାଣି ଆଣି ଥିବ ବୋଲି ଡକ୍ଟର ସୂଚନା ଦେଇଛନ୍ତି । ଅନ୍ୟ ପଟେ ପୋଲିସ କହିଛି ତଦନ୍ତ ଜାରି ରହିଛି। ଯଦି କୈାଣସି ମହିଳା ଏଭଳି ଅପରାଧ କରିଛି, ତାର ସନ୍ଧାନ ପାଇଲେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଏବେ ଏହି ଘଟଣାକୁ ନେଇ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପଟେ ପ୍ରତିକ୍ରିୟା ଦେବାକୁ ଅଫିସର ମାନେ ମନା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *