ଫୋକସ ପ୍ଲସ(ଭୁବନେଶ୍ୱର): ଅଭିନେତା ବାବୁଶାନ ମହାନ୍ତି କିଛି ଦିନ ପୂର୍ବରୁ ଶରୀରରେ ଅମ୍ଳଜାନ ସ୍ତର ଖସିଯିବାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ |ଆଜି ସେ ଡିସଚାର୍ଜ ହୋଇଥିଲେ।ପତ୍ନୀ ତୃପ୍ତି ସତପଥି ଡାକ୍ତରଖାନାରୁ ତାଙ୍କୁ ଘରକୁ ନେଇଥିଲେ। ପାରିବାରିକ କଳହ ଯୋଗୁଁ ଗତ କିଛି ମାସ ଧରି ବାବୁଶାନ ଏବଂ ତୃପ୍ତି ଅଲଗା ରହୁଥିଲେ ।ବାବୁଶାନ ହଠାତ ଅସୁସ୍ଥ ହେବାରୁ ପତ୍ନୀ ତୃପ୍ତି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତୃପ୍ତି ତାଙ୍କ ବିଦ୍ୟାଳୟରେ ପରୀକ୍ଷା ଚାଲୁଥିବା ହେତୁ ଡ୍ୟୁଟିରେ ଥିଲେ। ସ୍କୁଲ ସରିବା ପରେ ସେ ହସ୍ପିଟାଲକୁ ଆସିଥିଲେ |ପତ୍ନୀ ତୃପ୍ତି ଯୋଗୁଁ ବାବୁଶାନ ଶୀଘ୍ର ସୁସ୍ଥ ହୋଇଛନ୍ତି ।ବାବୁଶାନ ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ତୃପ୍ତି ସେଠାରେ ରହି ତାଙ୍କର ସେବା, ଯତ୍ନ ନେଇଥିଲେ |
ଅଭିନେତାଙ୍କ ଅସୁସ୍ଥତା ଖବର ସାରା ରାଜ୍ୟରେ ଚହଳ ପକାଇଥିଲା । ‘ବିଦ୍ୟାରାଣ ’ ଏବଂ ‘ଗୋଟେ ଥିଲା ରାଜା’ ପରେ ବାବୁଶାନଙ୍କ ଅଭିନୀତ ଆଉ ଏକ ବଡ ବଜେଟ୍ ଚଳଚ୍ଚିତ୍ର ‘ଦାମନ୍’ ଆଗକୁ ପରଦାରେ ଆସିବାକୁ ଯାଉଛି ।