କୋରାପୁଟ ଓ ରାୟଗଡା ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ଥିବା ଦଶମନ୍ତପୁର ବ୍ଲକ ଅଧିନସ୍ଥ ଡୁମ୍ବାଗୁଡା ପଞ୍ଚାୟତ ରେ ଗତ କିଛି ଦିନ ହେଲା ଲୋକ ମାନେ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇ ଥିବା ଅଭିଯୋଗ ହୋଇଛି। ଏଥିରେ ଗତ ତିନି ଦିନ ତଳେ ଡୁମ୍ବାଗୁଡା ପଞ୍ଚାୟତ ର ହାତୀ ମୁଣ୍ଡା ଗାଁ ଓ ଡୁମ୍ବାଗୁଡା ଗାଁ ର ସୋର୍ବ ମୋଟ ୧୧ ଜଣ ଲୋକ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ। ଏହି ଖବର ଜାଣିବା ପରେ ଦଶମନ୍ତପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଟିମ୍ ଗାଁ ରେ ପହଞ୍ଚି ଲୋକ ମାନଙ୍କୁ ଝାଡ଼ା ବାନ୍ତି ରୁ ରକ୍ଷା ପାଇବା ପାଇଁ ସଚେତନତା କରାଇବା ସହ ଗୁରୁତର ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଦଶମନ୍ତପୁର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଏଥିରେ ପ୍ରଥମେ ଆକ୍ରାନ୍ତ ହୋଇଥିବା ସମସ୍ତ ରୋଗୀ ଭଲ ହୋଇ ଘର କୁ ଫେରି ଥିବା ବେଳେ ଗତ କାଲି ପୁଣି ୪ ଜଣ ସେହି ଗ୍ରାମର ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କୁ ପୁଣି ଡାକ୍ତରଖାନା ରେ ଭର୍ତ୍ତି କରି ଚିକିତ୍ସା କରୁଥିବା ଡକ୍ଟର ଶ୍ରୀରାମ ପରିଡ଼ା ସୂଚନା ଦେଇଛନ୍ତି। ଏଥିରେ କୈାଣସି ଲୋକ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇ ନ ଥିବା କୁହାଯାଇଛି। ଏହି ଖବର ସବୁ ଆଡ଼େ ବ୍ୟାପି ଯିବା ପରେ ଆଜି କୋରାପୁଟ ଜିଲ୍ଲା ପାଳ ଅବଦୁଲ ଏମ୍ ଅକତାର୍ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସୁଶାନ୍ତ ଦାସ୍ ପ୍ରମୁଖ ହାତୀ ମୁଣ୍ଡା ଗାଁ ରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଥିଲେ। ଏବଂ ଗାଁ ଲୋକଙ୍କ ସହିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଏବଂ ପାନୀୟ ଜଳ ବ୍ୟବସ୍ଥା କ’ଣ ରହିଛି ତାହା ନିରୀକ୍ଷଣ କରି ଏହାର ନମୁନା ପରୀକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ। ଅନ୍ୟ ପଟେ ଗ୍ରାମବାସୀ ଙ୍କୁ ଝାଡ଼ା ବାନ୍ତି ରୁ କିଭଳି ସଚେତନତା ରହିବେ ସେ ନେଇ ସ୍ବାସ୍ଥ୍ୟ ବିଭାଗ କୁ ତାଗିତ କରିଥିଲେ ଜିଲ୍ଲା ପାଳ। ତେବେ ଗ୍ରାମବାସୀ କହିବା ଅନୁସାରେ ତାଙ୍କ ଗ୍ରାମ ରେ ପାନୀୟ ଜଳ ସମସ୍ୟା ରହିଛି। ଗାଁ ରେ ଥିବା ଦୂଷିତ କୂଅ ପାଣି ଓ ନଦୀ ପାଣି ବ୍ୟବହାର ଯୋଗୁଁ ସେମାନେ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ପ୍ରକୃତରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ଗାଁ ରେ ନଥିବା ରୁ ଏଭଳି ସମସ୍ୟା ଭୋଗୁଥିବା କୁହାଯାଇଛି। ପୁଣି ବିଭାଗୀୟ ଅଧିକାରୀ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ବାରମ୍ବାର ଦାବି କରି ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି କୁହାଯାଇଛି।
ରିପୋର୍ଟ – ହାବିଲ ଡଙ୍ଗ୍ରି (ଦଶମନ୍ତପୁର)