ଡକାୟତି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଗିରଫ

ଫୋକସ ପ୍ଲସ(ବରଗଡ)୧୮/୦୮/୨୦୨୨: ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଳକ ର ଲୁହୁରା ଚଟି ଗ୍ରାମରେ ଗତ କାଲି ଦିନ ଦ୍ଵିପହରେ ଜଗମୋହନ ରାଉତିଆ ଙ୍କ ଘରୁ ପ୍ରାୟ 11.30 ରୁ 11.30 ମି ମଧ୍ୟରେ ତାଙ୍କ ଘର ଲୋକଙ୍କ ଅନୁପସ୍ଥିତିରେ କୌଣସି ଅଜଣା ବ୍ୟକ୍ତି ଆଲମାରି ଭାଙ୍ଗି ପ୍ରାୟ ଦଶ ଭରି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇ ଥିବା ସୋହେଲା ଥାନା ରେ ଅଭିଯୋଗ ହୋଇଥିଲା । ବରଗଡ SP ଙ୍କ ଆଦେଶ ମୁତାବକ ସୋହେଲା IIC ହରି ବନ୍ଧୁ ଗଡ଼ତିଆ ଙ୍କ ସହ ଅନ୍ୟ ଷ୍ଟାପ ମିଶି ଘଟନା ର ତଦନ୍ତ କରି ଘଟଣାର 24 ଘଣ୍ଟା ମଧ୍ୟରେ ଚୋରି ହୋଇ ଥିବା ତିନି ଟି ସୁନା ହାର , ଦୁଇଟି ସୁନା ମଙ୍ଗଳ ସୂତ୍ର , ଦୁଇଟି କାନପୁଲ ,ଦୁଇଟି କାନ ଟପ,ତିନିଟି ନାକ ଫୁଲ, ଗୋଟିଏ ସୁନା ମୁଦି, ଦୁଇଟି ସୁନା ଚେନ,ଦୁଇଟି ରୁପା ମୁଦି ଓ ଗୋଟିଏ ଏମଆଇ ମୋବାଇଲ ଫୋନ ସହ ସମସ୍ତ ସୁନା ଅଳଙ୍କାର ଅଭିଯୁକ୍ତ ମାନଙ୍କ ଠାରୁ ଜବତ କରି ଦୁଇ ଅଭିଯୁକ୍ତ ସୁଜିତ ମେହେର ଓ ରମେଶ ଚନ୍ଦ୍ର ମେହେର କୁ ଗିରଫ କରିଛି । ଉଭୟ ଚୋର ସ୍ଥାନୀୟ ଲୁହୁରାଚଟୀ ଗ୍ରାମର ।

ବରଗଡ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *