ଠିକାଦାରଙ୍କୁ ଗୁଳି କରି ହତ୍ୟା ।

ଫୋକସ ପ୍ଲସ 19/12/2022(କୋଟଗଡ଼): କୋଟଗଡ ଥାନା ଅନ୍ତର୍ଭୁକ୍ତ ବଣ୍ଡାପିପିଲି ସାପ୍ତାହିକ ହାଟରେ ଠିକାଦାର ଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କଲେ ମାଓବାଦୀ | ଅଂଚଳରେ ଦୀର୍ଘ ମାସର ନୀରବତା ପରେ ପୁଣି ମାଓବାଦୀ ମାନେ ଦିନ ଦିପ୍ରହରରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବର୍ବରତା ଦେଖାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ରମେଶ ନାୟକ ନାମରେ ଅନେକ ଥର ମାଓବାଦୀ ମାନେ ପୋଷ୍ଟର ଜରିଆରେ ଧମକ ମଧ୍ୟ ଦେଇଥିଲେ ଆଉ ଏବେ ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନାନୁଯାଇ ବଣ୍ଡାପିପିଲିର ରମେଶ ନାୟକ ନାମକ ଯୁବକକୁ ସାପ୍ତାହିକ ହାଟରେ ହାଟ ସୌଦା କରିବା ବେଳେ ଦୁଇ ମାଓବାଦୀଙ୍କ ପକ୍ଷରୁ ଅତର୍କିତ ଗୁଳି କରାଯାଇଥିଲା ଫଳରେ ରମେଶ ଦୌଡ଼ି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ମୁଖ୍ୟ ରାସ୍ତାରୁ ମାତ୍ର 50ମିଟର ଦୂରରେ ତାଙ୍କୁ ଗୋଟିଏ ଗୁଳି ବାମ ପାଖ ଛାତିରେ ବାଜିଥିବାର ସନ୍ଦେହ କରାଯାଉଛି |ବଣ୍ଡାପିପିଲିରେ କକୁଆ ଭୟର ବାତାବରଣ ଦେଖାଦେଇଛି |ଦୋକାନ ବଜାର ବନ୍ଦ ହୋଯାଇଥିବା ଦେଖିବାକୁ ମିଳିଛି |ଶବ ଛାଡି ଯାଇଥିବା ସ୍ଥାନରେ ଏକ ହାତଲେଖା ପୋଷ୍ଟର ମଧ୍ୟ ଛାଡିଯାଇଛନ୍ତି ମାଓବାଦୀ ସେଥିରେ ଏହି ହତ୍ୟା ପଛରେ PLGA ଥିବା ସ୍ବୀକାରୋକ୍ତି ରହିଛି |ଉଲ୍ଲେଖ ଅଛି ଯେ ମୃତ ରମେଶ ଠିକାଦାର ନାମରେ ଲୋକଙ୍କୁ ଠକୁଥିଲେ ପୋଲିସ କୁ ମାଓବାଦୀ ସମ୍ପର୍କରେ ଖବର ଦେଉଥିଲେ ଏବଂ ମାଓବାଦୀଙ୍କୁ ଟଙ୍କା ଦେଉଥିବା ଜଣାଇ ଦୁର୍ନୀତି କରୁଥିଲେ |ଏହା ବ୍ୟତୀତ ବଣ୍ଡାପିପିଲିର ଯୋଗେନ୍ଦ୍ର ମୁଣ୍ଡା, ପଙ୍କଜ ମୁଣ୍ଡା, ଟିକି ଚୌକିଦାର, ବିଭୁତି ଡାକ୍ତର, କପିଳ ସାଧାରଣ ଲୋକଙ୍କୁ ମଦ ,ଟଙ୍କା ମୋବାଇଲ ଦେଇ ମାଓବାଦୀଙ୍କ ସମ୍ପର୍କରେ ପୁଲିସ କୁ ମାଓବାଦୀ ର ଖବର ଦେଉଛନ୍ତି ସେମାନେ କାମ ଛାଡ଼ନ୍ତୁ ନତୋବା ତାଙ୍କୁବି ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରେ ବାଂଶଧାରା ଘୁମୁସର ନାଗାବଳି ଡିଭିଜନ କମିଟି ପକ୍ଷରୁ ଉଲେଖ ରହିଛି ।

Leave a Reply

Your email address will not be published. Required fields are marked *