ଫୋକସ ପ୍ଲସ(ବାଲେଶ୍ୱର)୨୧/୦୮/୨୦୨୨: ୬୦ ନମ୍ୱର୍ ଜାତୀୟ ରାଜପଥ ନିଶ୍ଚିନ୍ତ ପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ଗୁରୁତର। ବସ୍ତା ଥାନା ଜାତୀୟ ରାଜପଥ ନିଶ୍ଚିନ୍ତ ପୁର ଠାରେ ବାଲେଶ୍ୱର ରୁ ଜଳେଶ୍ଵର ଅଭିମୁଖେ ଯାଉଥିବା ଏକ ଟ୍ରଲର ପଛକୁ ପିଟିଲା ଟ୍ରକ୍ ଜଣେ ଗୁରୁତର। ଏହି ଦୁର୍ଘଟଣା ଭୋର୍ ୩.୪୦ ମିନିଟ ସମୟ ରେ ଘଟିଥିବା ବେଳେ ଟ୍ରକ୍ ଡ଼୍ରାଇଭର ଗାଡ଼ିରେ ଗୁରୁତର ଭାବେ ଫସି ହୋଇ ଦୀର୍ଘ ପାଞ୍ଚଘଣ୍ଟା ରହିଥିଲେ। ପରେ ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ଘଟଣସ୍ଥଳରେ ପହଞ୍ଚି ଗୁରୁତର ଭାବେ ଡ୍ରାଇଭର କୁ ଉଦ୍ଧାର କରିଥିଲେ। ଜାତୀୟ ରାଜପଥ ଅମୁଲାଂଶ ଯୋଗେ ଗୁରୁତର କୁ ବସ୍ତା ଡାକ୍ତରଖାନା କୁ ଅଣାଯାଇଥିଲା। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଦୁଇଟି ଗାଡ଼ିକୁ ଜବତ କରିଛି। ବାଲେଶ୍ୱର ଜିଲ୍ଲା ବସ୍ତା ରୁ ଚାନ୍ସେଲର ରାଉତ |
ବାଲିଆପାଳ,ବାଲେଶ୍ୱର ରୁ ଚାନ୍ସେଲର ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ୍।