ଟ୍ରକ ଓ ବାଇକ ଧକାରେ ଚାଳକ ଙ୍କର ମୃତ୍ୟୁ

ଫୋକସ ପ୍ଲସ(ଦୋରାଗଡା)୩/୦୯/୨୦୨୨: ଉତ୍କଳ କମ୍ପାନୀ ଦ୍ୱାରା ଚଳା ଚଳ ଭାରିଯାନ ଏବେ ଅଞ୍ଚଳର ଜନସାଧାରଣ ଙ୍କ ପାଇଁ ମରଣଜନ୍ତା ପାଲେଟିଥିବାବେଳେ ଅବ୍ୟବସ୍ତିତ ଟ୍ରାଫିକ ପାଇଁ ସଡକ ଦୁର୍ଘଟଣା କ୍ରମାଗତ ବଢିଚାଲିଛି ଫଳରେ ଗାଈ ଗୋରୁ ସହିତ ମାନବଜୀବନ ଅସୁରକ୍ଷୟିତ ହେଇପଡିଛି |ଦୋରାଗଡା ଥାନା ଅନ୍ତର୍ଗତ କମ୍ପର ଛୋକ ନିକଟର ରଣ ବାଉସୀ ଠାରେ ଶୁକ୍ରବାର ବିଳମ୍ବିତ ରାତିରେ କମ୍ପାନୀ ର ମାଲ ପରିବହନ ରେ ବ୍ୟବହୃତ ଟ୍ରକ ର ଅବ୍ୟବସ୍ତିତ ରହଣି ହେତୁ ଏକା ସଡକ ଦୁର୍ଘଟଣା ଘଟିଯାଇଛି । ଫଳରେ ଜଣେ ନିରୀହ ଯୁବକ ର ଜୀବନ ଚାଲିଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି । ମୃତ ଯୁବକ ଜଣକ ହେଲେ ଦୋରାଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମର ଶଙ୍କର ମାଝି (୨୨)ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଶଙ୍କର ମାଝି ଙ୍କର ଦୁଇ ଛୁଆ ଓ ସ୍ତ୍ରୀ କୌଣସି କାରଣ ରୁ ମୋକା ପଦର ଗ୍ରାମର ଶଶୁର ଘରେ ରହିଆସୁଥିବାବେଳେ । ଶୁକ୍ରବାର ବିଳମ୍ବିତ ରାତିରେ ଶଙ୍କର ମାଝି ମୋକାପଦର ଗ୍ରାମ କୁ ଯାଇ ପୁନର୍ବାର କୁଚେଇପଦର ଅଭିମୁଖେ ରାତି ପ୍ରାୟ୧ ଘଣ୍ଟା ସମୟରେ ବାହାରି ଥିଲେ । ହେଲେ ଗାଁ କୁ ଯିବା ବାଟରେ କମ୍ପର ଚୌକ ନିକଟର ରଣ ବାଉଁସି ଠାରେ ଥିବା ରାସ୍ତା କୋଡ଼ର ଅନ୍ଧାର ମଧ୍ୟରେ ଅଟକି ଥିବା ଏକ ଟ୍ରକ ର ପଛରେ ବାଇକ ଟି ପିଟି ହେଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କ ମୃତୁ ହେଇଯାଇଥିଲା । ଏ ଖବର ପାଇ ଗାଁ ଲୋକ ପହଁଚିବା ବେଳକୁ କୌଣସି ଉତ୍ତେଜନା ର ସମ୍ଭାବନା କୁ ଦୃଷ୍ଟି ରେ ରଖି ଦୋରାଗୁଡା ପୋଲିସ ପକ୍ଷରୁ ଘଟଣାରେ ବାଇକ ଜବତ କରି ଥାନା ରେ ଅଟକ ରଖିଥିବାବେଳେ ରାତି ପ୍ରାୟ ୨ଟା ସମୟରେ ଘଟଣା ସ୍ଥଳରୁ ଶବ କୁ ବ୍ୟବଚ୍ଛେଦ ପାଇଁ କାଶୀପୁର ପଠାଯାଇଥିବା ଜଣାପଥିଲା। ଖବର ପାଇ ସକାଳେ ମୃତ ଯୁବକ ଙ୍କ ପରିବାର ସହିତ କୁଚେଇପଦର ତଥା ଆଖପାଖ ଗ୍ରାମର ଶତାଧିକ ଲୋକେ ଘଟଣା ସ୍ଥଳରେ ଧାରଣ ଦେଇ ଉତ୍ତେଜନା ଆରମ୍ଭ କରିବା ସହିତ ସଡକ ଜାମ କରିଥିଲେ । ଫଳରେ ପୋଲିସ ପଠାଯାଇଥିବା ଶବ ପୁନର୍ବାର କୁ କାଶୀପୁର ଠାରୁ ଘଟଣା ସ୍ଥଳକୁ ଫେରେଇ ନେବା କୁ ପଡିଥିଲା । ଦୁର୍ଘଟଣା ରେ ଉତ୍କଳ ଆଲୁମିନା କାରଖାନା ପାଇଁ ବ୍ୟବହାର ହେଉଥିବା ଟ୍ରକ ଦ୍ୱାରା ମୃତ୍ୟୁ ହୋଇଥିବା ରୁ ପରିବାର କୁ ଆର୍ଥିକ କ୍ଷତିପୂରଣ ସହିତ ରାସ୍ତା କଡରେ ଟ୍ରକ ପାରକିଙ୍ଗ ଉଛେଦ ଏବଂ ଟିକିରି ଠାରୁ କରଖାନ ଓ ମାଇନ୍ସ ପର୍ଯ୍ୟନ୍ତ ଆଲୋକୀକରଣ ପାଇଁ ଦାବି କରିଛନ୍ତି ଜଣାପଡ଼ିଛି । ଘଟଣା ସ୍ଥଳରେ ଟିକିରି, କାଶୀପୁର, ଦୋରାଗୁଡା ସମେତ ଅଣ୍ଡରାକୋଞ୍ଚ ଭଳି ୪ ଥାନା ର ପୋଲିସ ସହିତ ରାୟଗଡା ଡି ଏସ ପି ଦେବ ଜ୍ୟୋତି ଦାସ ଉପସ୍ଥିତ ଥାଇ ଲୋକଙ୍କୁ ବୁଝା ସୁଝା କରୁଥିବାବେଳେ ଶନିବାର ଦ୍ବୀପହର ୨ ଟା ପର୍ଯ୍ୟନ୍ତ କମ୍ପାନୀ କର୍ତ୍ତୃପକ୍ଷ ଓ ମୃତ ପରିବାର ମଧ୍ୟରେ ବୁଝାମଣା ହେଇପାରି ନ ଥିଲା । ପ୍ରକାଶ ଥାଉକି ଟିକିରି ଥାନା ଅନ୍ତର୍ଗତ ତୋଟାଗୁଡା ଠାରୁ ଉତ୍କଳ ଆଲୁମିନା କାରଖାନା ପର୍ଯ୍ୟନ୍ତ ବିପଦ ପୂର୍ଣ୍ଣ ଭାବେ ପରିବହନ ହେଉଥିବାବେଳେ ଗାଡି ମୋଟର ମାନଙ୍କର ଅବ୍ୟବସ୍ତିତ ଟ୍ରାଫିକ ପାଇଁ ଏଭଳି ଦୁର୍ଘଟଣା ରେ ପ୍ରତି ବର୍ଷ ଗାଈ ଗୋରୁ ସହିତ ଅନେକ ଙ୍କର ଲୋକଙ୍କ ଜୀବନ ଚାଲିଯାଉଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବା କୁ ଅଞ୍ଚଳ ର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଦୋରାଗଡା ରୁ ଗୋଲକ ବିହାରୀ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *