ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୫ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ର ୩ୟ ମ୍ୟାଚ୍ରେ ପରାସ୍ତ ହୋଇଛି ଭାରତ । ୧୭୨ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୪୫ ରନ୍ କରିବାକୁ ସକ୍ଷମ ହୋଇଛି । ଟିମ୍ ଇଣ୍ଡିଆ ୨୬ ରନ୍ରେ ପରାସ୍ତ ହେବା ଫଳରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏବେ ୨-୧ ହୋଇଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିବାରେ ବିଫଳ ହୋଇଥିଲେ ।
ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍ର ୩ୟ ମ୍ୟାଚ୍ରେ ଭାରତ ପରାସ୍ତ ।
