ଟେଷ୍ଟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ରେନ ଚେଜ କରି ଭାରତ କୁ ହରାଇଲା ଇଂଲିଶ ଟିମ

ଲିଡ୍ସ ହେଡିଂଲି ଟେଷ୍ଟରେ ଭାରତକୁ ହରାଇ ଇତିହାସ ସୃଷ୍ଟି କରିଛି ଇଂଲଣ୍ଡ । ଘରୋଇ ମାଟିରେ ଟେଷ୍ଟ ଇତିହାସରେ ଦ୍ବିତୀୟ ସର୍ବାଧିକ ରନ୍‌ ଚେଜ କରିବାରେ ସଫଳ ହୋଇଛି । 371 ରନର ବିଜୟ ଲକ୍ଷ୍ୟକୁ ଚେଜ କରି ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ 1-0ରେ ଆଗୁଆ ରହିଛି ଇଂଲଣ୍ଡ । ଟେଷ୍ଟ ମ୍ୟାଚର ଶେଷ ଦିନରେ ପାଞ୍ଚ ଓ୍ବିକେଟ ହରାଇ 373 ରନ ହାସଲ କରି 5 ଓ୍ବିକେଟରେ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଦଳ । ଅନ୍ୟପଟେ 5 ଶତକ ସତ୍ବେ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଇନିଂସରେ ନୈରାଶ୍ୟଜନକ ବୋଲିଂ ଓ ଦୁର୍ବଳ ଫିଲ୍ଡିଂ ହେତୁ ପରାଜିତ ହେବାକୁ ପଡିଛି ।

Leave a Reply

Your email address will not be published. Required fields are marked *