ଟିପର ଧକ୍କାରେ ବାଇକ ଆରୋହି ମୃତ!

କାମାକ୍ଷାନଗର: ଥାନା ଜିରିଡ଼ାମାଳି ୫୩ ନଂ ଜାତୀୟ ରାଜପଥ ବାଇପାସ ନିକଟରେ ଟିପର ଧକ୍କାରେ ବାଇକ ଆରୋହି ମୃତ।ମୃତକ ହେଲେ ପର୍ଜଙ୍ଗ ଥାନା ବଡଝରା ଗ୍ରାମର ଟିଟନ ଜେନା।ଗୋଟିଏ ବାଇକରେ ଟିଟନଙ୍କ ସମେତ ଅନ୍ୟ ଦୁଇ ଜଣ ଏକ ସୁଧଘରର ବାର୍ତ୍ତା ଦେବାକୁ ମାର୍ଥାପୂରକୁ ଯାଉଥିବା ବେଳେ ବିପରିତ ଦିଗରୁ ଆସୁଥିବା ଟିପର ଧକ୍କାଦେଇଥିଲା।ସ୍ଥାନିୟ ଲୋକ ଓ ଅଗ୍ନୀଶମ ବାହିନିଙ୍କ ସହାୟତାରେ ଉଧାର କରାଯାଇ ଚିକିତ୍ସା ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।ତାଙ୍କ ସାଥିରେ ଥିବା ଅନ୍ୟ ଦୁଇଜଣ ସୁରକ୍ଷିତ ଥିବା ଜଣାପଡିଛି।ତେବେ ଏହି ଘଟଣାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେବା ସହ ରାସ୍ତା ରୋକ ମଧ୍ୟ କରାଯାଇଥିଲା।ନୂତନ ଭାବେ ରାସ୍ତା ନିର୍ମାଣ ହେବା ପରଠାରୁ ଏହିଠାରେ ଦୂର୍ଘଟଣା ବୃଦ୍ଧି ପାଉଛି।ଓବରବ୍ରିଜ ଓ ଟ୍ରାଫିକ ରହିବା ଦାବି ହୋଇଥିଲା।ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର,ଥାନା ଅଧିକାରି ପହଞ୍ଚି ଲୋକଙ୍କୁ ବୁଝାସୁଝା କଥିବା ପରେ ରାସ୍ତା ରୋକ ହଟିଥିଲା।

Leave a Reply

Your email address will not be published. Required fields are marked *