ନୂଆଦିଲ୍ଲୀ: ଟିକସ ହାରରେ ସାମାନ୍ୟ ପରିବର୍ତ୍ତନ ଭାରତର ମଧ୍ୟବିତ୍ତ ଶ୍ରେଣୀର ଉପଭୋକ୍ତାମାନଙ୍କ ଉପରେ ଅତ୍ୟଧିକ ପ୍ରଭାବ ପକାଇଥାଏ। ଦୈନନ୍ଦିନ ଘରୋଇ ଖର୍ଚ୍ଚ ମଧ୍ୟ ପ୍ରଭାବିତ ହୋଇଥାଏ। ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀପାବଳିରେ ଜିଏସଟି ଉପହାର ଶୀର୍ଷକ ଘୋଷଣା ପରେ ଦେଶର ମଧ୍ୟବିତ୍ତ ବର୍ଗର ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। କେଉଁ ସାମଗ୍ରୀ ଶସ୍ତା ହେବ, ସେ ନେଇ ବିଭିନ୍ନ ଫୋରମରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ସୂଚନା ଅନୁଯାୟୀ ସରକାର, ଚତୁଃ ସ୍ଥରୀୟ ସେବା ଓ ସାମଗ୍ରୀ କର-ଜିଏସଟିକୁ ଦୁଇ ସ୍ଥରୀୟ କରାଯିବ। ଏବେ ଜିଏସଟି ବ୍ୟବସ୍ଥା ୫%, ୧୨%, ୧୮% ଓ ୨୮% ଥିବାବେଳେ ସଂସ୍କାର ସ୍ୱରୂପ ଏହାକୁ ୫% ଓ ୧୮%କୁ ହ୍ରାସ କରାଯିବାକୁ ଆକଳନ କରାଯାଉଛି। ଯଦି ଆକଳନ ଅନୁଯାୟୀ ଜିଏସଟିରେ ସଂସ୍କାର କରାଯାଏ, ତାହେଲେ ଉପଭୋକ୍ତାମାନେ ବାସ୍ତବରେ ସଂଚୟ କରିପାରିବେ। କାରଣ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଶସ୍ତା ହେବ ଯାହା ଫଳରେ ବ୍ୟୟ ମଧ୍ୟ ହ୍ରାସ ପାଇବ।
ଟିକସ ହାରରେ ସାମାନ୍ୟ ପରିବର୍ତ୍ତନ।
