ଟାଟାମେଡିକା ହସ୍ପିଟାଲ ମନମୁଖୀ କାର୍ଯ୍ୟ

ଫୋକସ ପ୍ଲସ (ଯାଜପୁର) ୦୫/୦୭/୨୦୨୨: ଯାଜପୁର ଜିଲ୍ଲା ତଥା ଓଡ଼ିଶାରେ ପରିଚିତ ସୁକିନ୍ଦା ସଂସାଇଲୋ ଗ୍ରାମର ବାସିନ୍ଦା ବରିଷ୍ଠ ସାମ୍ୱାଦିକ ଜୟନାରାୟଣ ମହାପାତ୍ର କିଛିଦିନ ପୂର୍ବରୁ ଅସୁସ୍ଥ ହୋଇ କଳିଙ୍ଗନଗର ସ୍ଥିତ ଟାଟା ମେଡ଼ିକା ହସ୍ପିଟାଲରେ ଭର୍ତ୍ତି ହୋଇ ତାଙ୍କର ଅସ୍ତ୍ର ପ୍ରଚାର୍ କରାଯାଇଥିଲା ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବା ପରେ ଆଜି ତାଙ୍କୁ ଟାଟା ମେଡିକା ହସ୍ପିଟାଲରୁ ଡିଶ୍ଚାର୍ଜ୍ ହେବା ବେଳେକୁ ଟାଟା ମେଡିକା ହସ୍ପିଟାଲ କତୃପକ୍ଷ ତାଙ୍କୁ ସୋମବାର ସକାଳୁ ସତର ହଜାର ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ।ସରକାର ସାମ୍ବାଦିକ ମାନଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ରାଶି ଦୁଇ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ଯାଜପୁର ଜିଲ୍ଲାରେ ଟାଟା ମେଡ଼ିକା ହସ୍ପିଟାଲ୍ ଯାଜପୁରରେ ଏକମାତ୍ର ହସ୍ପିଟାଲ୍ ସେହି ଲିଷ୍ଟ ମଧ୍ୟରେ ଅଛି । ଜୟନାରାୟଣ ମହାପାତ୍ରଙ୍କର ଚିକିତ୍ସା ବାବଦରେ 80 ହଜାର ଟଙ୍କା ପାଖାପାଖି ଖର୍ଚ୍ଚ ଇନ୍ସୁରାଂଶ କମ୍ପାନୀ ବହନ କରିଥିବା ବେଳେ ଟାଟା ମେଡ଼ିକା ହସ୍ପିଟାଲ କତୃପକ୍ଷ ପୁନର୍ବାର ୧୭ ହଜାର ଟଙ୍କା ଦାବୀ କରିଥିବା ବେଳେ ସ୍ଥାନୟ ଅଞ୍ଚଳର ସାମ୍ବାଦିକ ମାନେ ଟାଟା ମେଡ଼ିକା ହସ୍ପିଟାଲରେ ପହଞ୍ଚି ଟାଟା ମେଡ଼ିକା ହସ୍ପିଟାଲର ଏପରି ମନମୁଖୀ କାର୍ଯ୍ୟକୁ ବିରୋଧ କରିବା ସହିତ ତାଗିତ କରିବା ପରେ ମଧ୍ୟ ଟାଟା ମେଡିକା ହସ୍ପିଟାଲ୍ କତୃପକ୍ଷ ଜୟନାରାୟଣ ମହାପାତ୍ରଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ନେଇଯାଇଥିବା ବେଳେ ଟାଟା କତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ଥାନୀୟ ସାମ୍ବାଦିକ ମାନଙ୍କ ଉପସ୍ଥିତରେ ଜୟନାରାୟଣ ମହାପାତ୍ରଙ୍କ ପକ୍ଷରୁ ସୋମବାର ରାତିରେ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଛି

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍ ।

Leave a Reply

Your email address will not be published. Required fields are marked *