ଟଙ୍କା ଉଠାଇବା ପାଇଁ ବୃଦ୍ଧଙ୍କୁ ବ୍ୟାଙ୍କକୁ ବୋହି ଆଣୁଥିବାର ଦୃଶ୍ୟ

ଫୋକସ ପ୍ଲସ (କଳାହାଣ୍ଡି ) ୦୭/୦୭/୨୦୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଷ୍ଟେଟବ୍ୟାଙ୍କ ରେ ଏକ ବୃଦ୍ଧ ଙ୍କୁ ଟଙ୍କା ଉଠାଣ ପାଇଁ ବୋହି କି ନେଉଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି |ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ ଚେରଗାଁ ପଞ୍ଚାୟତ କରଲା ଗ୍ରାମରେ ଥିବା ଅନ୍ତରଙ୍ଗ ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦ ଦାସଙ୍କୁ ଆଜି ଦୁଇଜଣ ଶିଷ୍ୟ ଧର୍ମଗଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖା କୁ ବୋହି ଆଣୁଥିବାର ଦେଖାଯାଇଥିଲା ।ଦୀକ୍ଷା ଶିଷ୍ୟ ଭୁଲା ବାଗ ଓ ଆଜନ୍ମ ବ୍ରହ୍ମଚାରୀ ରାମେଶ୍ୱର ଦାସ ମଠ ମହନ୍ତ ଙ୍କୁ ଧରି ବ୍ୟାଙ୍କ କୁ ଜମା ଟଙ୍କା ଉଠାଇବାକୁ ଆଣିଥିଲେ ।

ଶିଷ୍ୟ ଦୁଇଜଣ କହିବା ଅନୁଯାୟୀ, ବାବା ପ୍ରାୟ ସପ୍ତାହେ ହେଲା ବୃଦ୍ଧା ଅବସ୍ଥା ଯୋଗୁଁ ଜଳ ବି ସ୍ପର୍ଶ କରି ନାହାନ୍ତି।ତେଣୁ ସେ ବ୍ୟାଙ୍କ କୁ ଆସିବା ସମ୍ଭବ ନୁହେଁ ବୋଲି କହିବା ସତ୍ତ୍ୱେ ଜମା ଟଙ୍କା ଉଠାଣ ପାଇଁ ଜମା କାରୀଙ୍କୁ ଶରୀରରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବାରୁ ସେମାନେ ବାଧ୍ୟ ହୋଇ ମୁମୂର୍ଷୁ ବାବା ଙ୍କୁ ଧରି ବ୍ୟାଙ୍କକୁ ଧରି ଆସିଥିଲେ।ମୁମୂର୍ଷୁ ଅବସ୍ଥାରେ ହେଉ କିମ୍ବା ଜୀବନର ଶେଷ ଅପରାହ୍ନରେ ଥିଲେ ମଧ୍ୟ ବ୍ୟାଙ୍କ ରେ ନିଜ ଜମାଟଙ୍କା ଉଠାଇବା ପାଇଁ ସଞ୍ଚୟ କାରୀ ନିଜେ କଣ ବ୍ୟାଙ୍କକୁ ଆସିବାକୁ ବାଧ୍ୟ ? ଏହାର କୌଣସି ବିକଳ୍ପ ବ୍ୟବସ୍ଥା କଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ?ଏକ ସ୍ପର୍ଶକାତର ଓ ମାର୍ମିକ ଦୃଶ୍ୟ ଆଜି ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କ ସଂମୁଖରେ ଦେଖିବାକୁ ମିଲିଛି।

Leave a Reply

Your email address will not be published. Required fields are marked *