ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହି ରୁ ଆଜି ଜଣେ ଯୁବତୀ ଙ୍କର ମୃତ ଦେହ ଉଦ୍ଧାର କରିଛି ପୋଲିସ । ସୂଚନା ଯେ, ଟାଉନ ଥାନା ଅନ୍ତର୍ଗତ ହାଟ ଛକ ମାଟିଆ ସାହି ରେ ସ୍ଵାଗତ ଲୁଲୁ ଦାସ ଝିଅ ପ୍ରତିଶ୍ରୀ ଦାସ (୨୦)ଙ୍କର ଆଜି ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ପୋଲିସ । ମାଟିଆ ସାହି ବାସ ଭବନ ରେ ପ୍ରତିଶ୍ରୀ ଏବଂ ମା ଭଉଣୀ ଙ୍କ ସହ ରହୁଥିଲେ। ଗତ କାଲି ସମସ୍ତେ ଖାଇ ସାରି ଶୋଇବା ପରେ ଶୋଇବାକୁ ଯାଇଥିଲେ। ଆଜି ସକାଳ ସମୟରେ ଦେଖିଲା ବେଳେ କୁ ପ୍ରତି ଶ୍ରୀ ନିଜ ଓଢ଼ଣି ରେ ପ୍ୟାନ ରେ ଝୁଲି ପଡିଥିଲେ। ପରିବାର ଲୋକେ ଦେଖିଲା ବେଳକୁ ପ୍ରତି ଶ୍ରୀ ଙ୍କର ଜୀବନ ଯାଇଥିଲା ଭାରି। ଏ ପଟେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇଥିଲେ। ଏ ପଟେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *