ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ।

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ ପ୍ରଭାବଶାଳୀ ବ୍ୟକ୍ତିମାନେ ନଜର ପକାଇପାରିବେ ନାହିଁ। ସେହିପରି ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଓ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେ ନାହିଁ। ଆଦିବାସୀଙ୍କ ଜମି ଏଣିକି ସରକାର କିଣିବେ। ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *