ଫୋକସ ପ୍ଲସ(ଉଦଳା)୩/୦୯/୨୦୨୨: ଝିଅକୁ ମେଡିକାଲରେ ଜନ୍ମଦେଇ, ଝିଅ ଜନ୍ମ ହୋଇଥିବାରୁ ଝିଅ କୁ ଅନ୍ୟ ହାତରେ ଟେକି ଦେଲା ଜନ୍ମ କଲା ମା, ଏମିତି ଏକ ଘଟଣା ଘଟି ଯାଇଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ତଳ ଖୁଣ୍ଟାପାଳ ଗ୍ରାମରେ, ସତରେ ଜନ୍ମକଲା ମା କଣ ଏତେ ନିର୍ଦୟ ହୋଇପାରେ ? ଝିଅ କୁ ଜନ୍ମ କରିବାର 19 ଘଣ୍ଟା ପରେ କାହାକୁ କିଛି ନ ଜଣାଇ, ମେଡିକାଲରୁ ଡ଼ିସଚାର୍ଜ ନ ହୋଇ ଶିଶୁ କନ୍ୟାକୁ ପର ହାତରେ ଟେକି ଦେଇଛି ମାଆ, ସୂଚନା ମୁତାବକ ଉଦଳା ଥାନା ଅଧିନସ୍ଥ ତଳ ଖୁଣ୍ଟାପାଳ ଗ୍ରାମର ପବିତ୍ର ବେହେରା ଯେ କି ହାଇଦ୍ରାବାଦର ଏକ କମ୍ପାନୀରେ ରହି କାର୍ଯ୍ୟ କରନ୍ତି, ତାଙ୍କର ସ୍ତ୍ରୀ ପୁଷ୍ପଲତା ବେହେରା ଯେକି ପୂର୍ବରୁ ତିନି କନ୍ୟା ସନ୍ତାନର ଜନନୀ ଅଟନ୍ତି, ବୁଧବାର ରାତ୍ରି 10 ଟା 20 ମିନିଟରେ ପୁଷ୍ପଲତା ଉଦଳା ମେଡିକାଲରେ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ତେବେ ଶିଶୁ କନ୍ୟାକୁ ଜନ୍ମଦେଇ ଉଦଳା ମେଡିକାଲରେ ଶିଶୁ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ, ଅଚାନକ ଗୁରୁବାର ସନ୍ଧ୍ୟା ସମୟରେ କାହାରିକୁ କିଛି ନ ଜଣାଇ ଶିଶୁ କନ୍ୟାକୁ ନେଇ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅଧିନସ୍ଥ କେ ଭୋଗଡିହା ଡlହୀ ସାହି ଗ୍ରାମର ରବୀନ୍ଦ୍ର ମଲ୍ଲିକଙ୍କ 34 ବର୍ଷୀୟ ପୁତ୍ର ବିରେନ୍ଦ୍ର ମଲ୍ଲିକ ଓ ତାଙ୍କର ପତ୍ନୀ ବନିତା ମଲ୍ଲିକ ଙ୍କ ହାତରେ ଟେକି ଦେଇ ତଳ ଖୁଣ୍ଟାପାଳ ଗ୍ରାମର ନିଜର ଶଶୁର ଘରକୁ ଖାଲି ହାତରେ ଯାଇ ପହଂଚି ଥିଲେ, ଓ ମେଡିକାଲରୁ ତାଙ୍କ ପିଲାକୁ କିଏ ଚୋରି କରି ନେଇ ପଳାଇଛି ବୋଲି ଶଶୁରଙ୍କ ନିକଟରେ କହି ଥିଲେ, ଉଦଳା ମେଡିକାଲରୁ ପିଲା ଚୋରି ହେବା ଘଟଣା ଅଞ୍ଚଳରେ ସଙ୍ଗେ ସଙ୍ଗେ ପ୍ରଘଟ ହୋଇ ଥିବା ବେଳେ ଘଟଣା ସମ୍ପର୍କରେ ପୁଷ୍ପ ଲତାଙ୍କ ଶଶୁର ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ଖବରକୁ ଗୁରୁତର ନେଇ ଉଦଳା ଥାନାର ଭାରପ୍ରାପ୍ତ ଅଧିକାରୀ ନିରୋଜ କୁମାର ସାମଲ ନିଜର କାର୍ଯ୍ୟରତ ସବ ଇନ୍ସ୍ପେକଟର ଙ୍କୁ ଘଟଣାର ତଦନ୍ତ ଭାର ଦେଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ, ତେବେ ଉଦଳା ମେଡିକାଲରେ ପହଂଚି ତଦନ୍ତ କରିବା ପରେ ପୁଷ୍ପଲତା ମେଡିକାଲରୁ ଡ଼ିସଚାର୍ଜ ନ ହୋଇ ବେଡ଼ ଛାଡି ପଳାଇଛି ଜାଣିବାକୁ ପାଇଥିଲେ, ଘଟଣାର ତଦନ୍ତ କରି 8 ଘଣ୍ଟା ମଧ୍ୟରେ ଶିଶୁ କନ୍ୟା ଟି ବରହମପୁର ଥାନା ଅଧିନସ୍ଥ କେ ଭୋଗଡିହା ଡlହୀସାହିରେ ଥିବା କୌଣସି ବିଶେଷ ସୂତ୍ରରୁ ଜାଣି ସଦଳବଳେ କେ ଭୋଗଢିଆ ଡlହୀସାହି ଗ୍ରାମରେ ପହଂଚି ଅଚାନକ ଚଢାଉ କରି ବରହମପୁର ପୋଲିସର ସହାୟତା ନେଇ ବୀରେନ୍ଦ୍ରଙ୍କ ଘରୁ ଶୋଇଥିବା ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରି ପୁଷ୍ପଲତାଙ୍କ କୋଳକୁ ଫେରାଇ ଦେଇଛି, ପୁଷ୍ପଲତା ଙ୍କ ପୂର୍ବରୁ ତିନୋଟି ଝିଅ ଥିବାରୁ ସେ ନବ ଜନ୍ମିତ କନ୍ୟା ସନ୍ତାନକୁ ଦେଇଦେଇଥିବା କଥା କହି ଥିବା ବେଳେ ପୂର୍ବରୁ ବୀରେନ୍ଦ୍ର ଙ୍କ ଦୁଇ ପୁତ୍ର ଥିବା କଥା ସୂଚନା ମିଳିଥିବା ବେଳେ ପୋଲିସ ଶିଶୁ କନ୍ୟା ସମେତ ଜନ୍ମ କଲା ମାଆ ପୁଷ୍ପଲତାକୁ ଆଣି ଉଦଳା ମେଡିକାଲରେ ପୁଣି ଭର୍ତି କରାଇଛନ୍ତି, କପ୍ତିପଦା ଉପଖଣ୍ଡରେ ଘଟଣାଟି ଏବେ ସମ୍ପୂର୍ଣ ଚର୍ଚ୍ଚାର ବିଷୟ ପାଲଟିଛି |
ଉଦଳା ରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ ଫୋକ୍ସ ପ୍ଲସ |