ଫୋକସ ପ୍ଲସ(ବ୍ରହ୍ମପୁର)୧୬/୦୯/୨୦୨୨: ଝିଅ ର ରଙ୍ଗ କଳା ହେବାରୁ ସ୍ତ୍ରୀ କୁ ଘରୁ ବାହାର କରି ଦେବା ପରେ କୁନି ଝିଅ କୁ ଧରି ଘର ସମ୍ମୁଖରେ ଭୋକ ଉପାସରେ ଧାରଣା ରେ ବସିଛନ୍ତି ସ୍ତ୍ରୀ ,ଏଭଳି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ତାଡଦା ଗ୍ରାମରେ , ସୂଚନା ଅନୁଯାୟୀ ତାଡଦା ଗ୍ରାମର ଚନ୍ଦନ ଦାସ 2013 ମସିହା ରେ ବସ୍ତା ଥାନା ଅନ୍ତର୍ଗତ ଜନ୍ତିକାପାଳ ଗ୍ରାମର ଜ୍ଯୋତ୍ସ୍ନା ଦାସ ଙ୍କୁ ବୈଦିକ ରିତୀ ରେ ବିବାହ କରିଥିଲେ , ତେବେ ବିବାହ ର ଦୁଇ ବର୍ଷ ପରେ ଜ୍ଯୋତ୍ସ୍ନା ଙ୍କ ୱୌରସରୁ ଝିଅ ଟିଏ ଜନ୍ମ ହୋଇ ଥିଲା , ଝିଅ ର ରଙ୍ଗ କଳା ହୋଇଥିବା ରୁ ପରିବାର ଲୋକଙ୍କ ରୋଷ ର ଶିକାର ହୋଇ ଥିଲେ ଜ୍ଯୋତ୍ସ୍ନା , ସେହି ଦିନ ଠୁ ଆରମ୍ଭ ହୋଇ ଥିଲା ଶାରୀରିକ ଏବଂ ମାନସିକ ନିର୍ଯ୍ଯାତନା ,ଗତ ଗଣେଶ ପୂଜା ଦିନ ଜ୍ଯୋତ୍ସ୍ନା ଙ୍କ 7 ବର୍ଷ ର ଝିଅ ଦିପାଲି ଙ୍କ ଦେହ ଅସୁସ୍ଥ ହେବାରୁ ଜଣେ ଗ୍ରାମବାସୀ ଙ୍କ ସହାୟତା ରେ ଝିଅ କୁ ନେଇ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲେ , ଦେହ ସୁସ୍ଥ ହେବାପରେ ଜ୍ଯୋତ୍ସ୍ନା ଗତକାଲି ସକାଳେ ଘରକୁ ଫେରିଥିଲେ , ମାତ୍ର ଜ୍ଯୋତ୍ସ୍ନା ଙ୍କ ସ୍ବାମୀ ତାଙ୍କୁ ଘରକୁ ଯିବା କୁ ନ ଦେଇ ଗେଟ୍ ରେ ତାଲା ପକାଇ ଦେଇଥିଲେ , ରାତିରେ ଭୟ ଲାଗିବାରୁ ଘର ନିକଟରେ ଥିବା ଶିବ ମନ୍ଦିର ରେ ଆଶ୍ରୟ ନେଇଥିଲେ , ଆଜି ସକାଳୁ ମା ଝିଅ ଶିବ ମନ୍ଦିର ରୁ ଆସି ଘରକୁ ପଶିବା ପାଂଇ ଚେଷ୍ଟା କରିବାରୁ ଚନ୍ଦନ ତାଙ୍କ ଗେଟ୍ ରେ ତାଲା ପକାଇ ପଳାଇ ଯାଇ ଥିଲେ , କୁନି ଝିଅ କୁ ଧରି କାନ୍ଦି କାନ୍ଦି ନ୍ଯାୟ ଅପେକ୍ଷାରେ ବସିଛନ୍ତି ଜ୍ଯୋତ୍ସ୍ନା , ଏ ସମ୍ପର୍କରେ ଚନ୍ଦନ ଙ୍କୁ ପଚାରିବାରୁ ସେ ତାଙ୍କୁ ଘରକୁ ପୂରାଇ ଦେବେ ନାଂହି ବୋଲି ରୋକ୍ ଠୋକ୍ ମନା କରି ଦେଇଛନ୍ତି |
