ଜୈନ୍ୟକ ବ୍ୟକ୍ତିଙ୍କ ଝୁଲନ୍ତା ମୃତ୍ୟ ଦେହ ଉଦ୍ଧାର

ଫୋକସ ପ୍ଲସ 22/6/23(ମୟୂରଭଞ୍ଜ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଖଡମବେଡା ପଞ୍ଚାୟତର କାଦପାଣି ଛକ ନିକଟରେ ଏକ ଗଛରୁ ଜୈନ୍ୟକ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଆଜି ଗୁରୁବାର ସକାଳ ସାତଟା ସମୟରେ ବିଶୋଇ ପୋଲିସ ଠାବ କରି ଉଦ୍ଧାର କରିଥିଲେ।
ସୂଚନା ମୁତାବକ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ଗ୍ରାମର ୫୫ ବର୍ଷିୟ ପ୍ରହ୍ଲାଦ ସରଘୋରିଆ ଦୀର୍ଘ ଦିନ ଧରି ବିଶୋଇ ଅଞ୍ଚଳରେ ଆଇସକ୍ରିମ ବିକ୍ରି କରି ଆସୁଥିବା ବେଳେ, କାଦପାଣି ଛକ ନିକଟରେ ଏକ ଘରେ ରହୁଥିବା ସୂଚନା ମିଳିଛି। ତେବେ ପ୍ରହ୍ଲାଦ ରଜ ପର୍ବ ପାଳନ ପାଇଁ ନିଜ ଘରକୁ ଯାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ, ତାଙ୍କ ଝିଅ ବାପା ଘରକୁ ଆସିନଥିଲେ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତି ରେ କାଦପାଣି ଛକ ନିକଟ ଏକ ଘର ପଛପଟେ ପ୍ରହ୍ଲାଦ ଙ୍କ ମୃତ୍ୟ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ସମସ୍ତେଙ୍କର ମନରେ ସନ୍ଦେହ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ତାହା ବର୍ତମାନ ଅସ୍ପଷ୍ଟ ରହିଥିବା ବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *