ଜେଲ ରୁ ଚମ୍ପଟ୍ ହେଲା ବିଚାରଧୀନ କଏଦୀ

ଫୋକସ ପ୍ଲସ(ବାଲେଶ୍ୱର)୩/୦୯/୨୦୨୨: ବାଲେଶ୍ଵର, ଜିଲ୍ଲା ସୋର ସବ ଜେଲ ରୁ ଏକ ବିଚାରଧୀନ ବନ୍ଦୀ ଚମ୍ପଟ ମାରିଛି। ଚମ୍ପଟ ମାରିଥିବା ବନ୍ଦୀ ହେଲେ ମୟୁରଭଂଜ ଜିଲ୍ଲା ର ଶରତ ଅଞ୍ଚଳର ଘନ ସିଂ। ସୂଚନା ଥାଉ କି, ଘନ ସିଂ ଦୁଷ୍କର୍ମ ମାମଲାରେ ୭ ମାସ ହେବ ସୋର ସବ ଜେଲ ରେ ବିଚାରଧୀନ ବନ୍ଦୀ ଭାବେ ଥିଲେ। ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଜେଲ ପାଚେରୀ ଡେଇଁ ପଳେଇ ଯାଇଥିବାର ସୋର ଥାନାରେ ଅଭିଯୋଗ ହୋଇଥିବା ର କୁହାଯାଉଛି।ତେବେ ସ୍ଥାନୀୟ ଲୋକେ କହିବା ଅନୁସାରେ ଘନ ଓ ଆଉ ଦୁଇଜଣ ବନ୍ଦୀ ଜେଲର ଙ୍କ ଘରେ କାମ କରୁଥିବା ବେଳେ ଘନ ଦୌଡ଼ି ପଳାଇ ଯାଇଥିଲା।ତାଙ୍କ ପଛେ ପଛେ ଆଉ ଦୁଇଜଣ ବନ୍ଦୀ ଓ ତାଙ୍କୁ ଜଗି ରହିଥିବା ଜେଲ କର୍ମଚାରୀ,ଜେଲର ପ୍ରିୟମ୍ବଦା ପଣ୍ଡା ଗୋଡ଼ାଇ ଥିଲେ।ହେଲେ ଘନ ର କୌଣସି ପତ୍ତା ମିଳିନଥିଲା।ସୂଚନା ଅନୁସାରେ ଏହି ଜେଲର ଙ୍କ ସମୟରେ ବନ୍ଦୀ ମାନଙ୍କୁ ନିର୍ଯାତନା ଅଭିଯୋଗ ହୋଇଆସୁଥିବା ବେଳେ ଜଣେ ବନ୍ଦୀଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା।ତେବେ ଘଟଣାର ତଦନ୍ତ ହେଲେ ବହୁ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *