ଜେଏସଡବ୍ଲୟୁ ପାଇଁ ନାହିଁ ଆଇନକାନୁନ

ଫୋକସ ପ୍ଲସ ୧୭/୦୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପଆଞ୍ଚଳ ରେ ଦିନକୁ ଦିନ ବଣ ଜଙ୍ଗଲ, ପାହାଡ଼ ପର୍ବତ, ଗଛ ଲତା ସଫା ହେବାରେ ଲାଗିଛି। କାରଖାନା ସ୍ଥାପନ ସମୟରେ ନାକ୍ସା ପାହାଡ଼ ,ଜଙ୍ଗଲ,ବର୍ଷୁଳି ଜଂଗଲ ସହିତ ବହୁତ ଛୋଟ ବଡ଼ ଜଙ୍ଗଲ କାଟି ନଷ୍ଟ କରିଛନ୍ତି।ଚାଷୀ ମାନେ ଚାଷ ଜମି ହ୍ରରାଇଛନ୍ତି।ବହୁ ଗ୍ରାମ ଉପରେ କାରଖାନା ପ୍ରତିଷ୍ଠା ହୋଇଛି।କାରଖାନା ନିକଟରେ ଅତ୍ୟଧିକ ପ୍ରଦୂଷଣ ପାଇଁ ଅନେକ ଗ୍ରାମ ବାସୀମନେ ବିସ୍ଥାପିତ ପାଇଁ ସରକାର ଙ୍କ ପାଖରେବାରମ୍ବାର ଗୁହାରି କରିଛନ୍ତି।କଳିଙ୍ଗ ନଗରରେ ବହୁ ପୁରାତନ ଗଛ ସବୁ ଆଉ ଦେଖିବା କୁ ମିଳୁନାହିଁ।କଳିଙ୍ଗନଗର ଏକ ପ୍ରଦୂଷଣ ବହୁଳ ଭାବରେ ପରିଚିତ ଅଟେ।ପ୍ରଦୂଷଣ ରୋକିବା ପାଇଁ ସରକାର ବନବିଭାଗ ମାଧ୍ୟରେ ବୃକ୍ଷ ରୋପଣ କରିବା କୁ ଚେଷ୍ଟା କରୁଛନ୍ତି।ବନବିଭାଗ ବୃକ୍ଷ ରୋପଣ ରେ ସଫଳ ରୂପାୟନ ଦେଇ ନଥିବା ବେଳେ ଜେଏସଡବ୍ଲୟୁ ବିଜୁ ପଟ୍ଟନାୟକ ମାର୍ଗରେ ଲାଗିଥିବା ଗଛଗୁଡ଼ିକ କାଟି ପକାଉଛି।ଅଞ୍ଚଳ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବନ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମାର୍ଗ (ଜଖପୁରାଲେବୁଲ କ୍ରସିଂ ରୁ ରାବଣାଛକ) ପର୍ଯ୍ୟନ୍ତ ପ୍ରାୟ ୬୦୦୦ଗଛ ଜିଲ୍ଲା ଖଣିଜ ପାଣ୍ଠିରୁ ୭୩୪୭୭୮୦.୦୦ ଟଙ୍କା ଖର୍ଚ୍ଚରେ ଗଛଲଗାଇଥିଲେ।ବନବିଭାଗ ଗଛ ଲଗାଇ ଲକ୍ଷାଧିକ ଟଙ୍କାର ଖର୍ଚ୍ଚ କଲାପରେ ୨ ବର୍ଷରୁ ଉର୍ଦ୍ଧ ରକ୍ଷଣାବେକ୍ଷଣ ନେଇ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।ବନବିଭାଗ ଗଛ ଲଗାଇ ଲକ୍ଷଧିକ ଟଙ୍କା ଖର୍ଚ୍ଚ କରି ଗଛ ବଞ୍ଚାଇବା ପରେ ଜେଏସଡବ୍ଲୟୁ ଷ୍ଟିଲ ଲାଗିଥିବା ଗଛ କାଟୁଛି କାହା ଅନୁମତି ରେ ତଦନ୍ତ ସାପେକ୍ଷ ଅଟେ।କଥାରେ ଅଛି ସରକାରଙ୍କ ମାଲ ଦରିଆମେ ଡାଲ ଭାବେ ଜେଏସଡବ୍ଲୟୁ ଷ୍ଟିଲ ର ଜେସିବି ମୁନରେ ବନବିଭାଗ ର ଗଛ କାଟି ସଫା କରିଦେଉଛି।ଆଇନ ତ ବୃକ୍ଷ କାଟିବା ଏକ ଦାଣ୍ଡନୀୟ ଅପରାଧ ହୋଇ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ କାହିଁକି ଓ କାହା ଚାପରେ ଚୁପ ଅଛନ୍ତି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ଜଙ୍ଗଲ ବିଭାଗ ଅଧିକାରୀ ଙ୍କ ସହିତ କଥା ହେଲେ ସେ କହନ୍ତି କିଏ ଗଛ କାଟୁଛି, ଆମ ପାଖରୁ କୌଣସି ଅନୁମନ୍ତି ନେଇନାହିଁ। ଜେଏସଡବ୍ଲୟୁ ର କାର୍ୟ୍ଯକର୍ତ୍ତା କହୁଛନ୍ତି ଆମପାଖରେ ସବୁ ଅର୍ଡର ଅଛି। ମାତ୍ର କାହାକୁ ଦେଖାଇ ପାରୁନାହାନ୍ତି।ଗଛ କାଟି ନଷ୍ଟ କରିବା ଏକ ସାଙ୍ଘାତିକ କାର୍ଯ୍ୟ ହୋଇ ଥିଲେ ବିଭାଗ ଅଧିକାରୀ ଚୁପ ରହିବା ସନ୍ଧେହ ଘେରରେ ବନବିଭାଗ।ସାଧାରଣ ଲୋକଙ୍କୁ ପ୍ରଦୂଷଣ ରୁ ମୁକ୍ତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୁକ୍ଷ ରୋପଣ କରିଥିଲେ।ପାଇପ ଲାଇନ ଠିକାଦାର ପ୍ରାୟ୪୦୦ରୁ୫୦୦ମିଟର ଏରିଆ କାଟି ସଫା କରିଥିବା ଦେଖିବାକୁମିଳିଛି।ଜଙ୍ଗଲ ବିଭାଗ କହୁଛନ୍ତି ଏଠି ଗଛ ଲାଗି ନଥିଲା । ପାଇପ ଲାଇନଠିକାଦାର ସଫା କରିଥିବା ଏରିଆ ଆଗ ଓ ପଛରେ ଗଛ ଅଛି।ଜଙ୍ଗଲ ବିଭାଗ କର୍ମଚାରୀ କହୁଛନ୍ତି ସଫା କରିବା ଜାଗାରେ ଗଛ ଲାଗିନଥିଲା।ସଫା କରିବା ଜାଗା ଆଗ ପଛ ରେ ଗଛ ଥିବାବେଳେ ସଫା ଜାଗା ରେ ଗଛ ନଥିବା ସନ୍ଧେହ ଘେରରେ ବନ ବିଭାଗ (ଓଏଫସି)।କାଳେ ଜେଏସଡବ୍ଲୟୁ ଷ୍ଟିଲ ସହିତ ଜଙ୍ଗଲ ବିଭାଗ ର ଗୁପ୍ତ ବୁଝାମଣା ହୋଇଥିବା ଅଂଚଳରେ ଚର୍ଚ୍ଚା ହେଉଛି।ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ଗଛ ଲଗାଇଲେ ଟଙ୍କା ଖର୍ଚ୍ଚ କରି ରକ୍ଷଣାବେକ୍ଷଣ କରି ଗଛ ବଞ୍ଚାଇଲେ।ଠିକାଦାର ପାଇପ ଲାଇନ କୁ ସଫା କରିବା ସମୟରେ ଜଙ୍ଗଲ ବିଭାଗ କର୍ମଚାରୀ ଅନୁପସ୍ଥିତ ଥିଲେ।ଜଙ୍ଗଲ ବିଭାଗର ବିନା ଅନୁମତି ବା ବିନା ଉପସ୍ଥିତ ରେ ପାଇପ ଲାଇନ ପଳାଇ ପାଇଁ ସେ ଲାଇନ ରେ ଥିବା ଗଛ କାଟି ପକାଇ ସଫା କରିପକାଉଛି ।କେଉଁ ଅଧିକାର ବଳରେ ଜେଏସଡବ୍ଲୟୁ ଷ୍ଟିଲ ଗଛ କାଟୁଛିଏହା ଏକ ବେଆଇନ କାର୍ଯ୍ୟ ଦୃଷ୍ଟି ରୁ ଆଇନ ଅନୁଯାୟୀ ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି ।ଠିକ୍ ସେହିପରି ଜେଏସଡବ୍ଲୟୁ କାର୍ୟ୍ଯ କରୁଥିବା ସମୟରେ କାର୍ୟ୍ଯ କରୁଥିବା କର୍ମଚାରୀ ମାନେ ନିଜ ନିଜ ର ସେଫ୍ଟି ବିଷୟ ରେ ଧ୍ଯାନ ଦେଉନଥିବା ଦେଖିବାକୁ ମିଳିଛି।କଲିଙ୍ଗନଗର ଅଞ୍ଚଳ ରେ ଏହି ପରି ପୂର୍ବରୁ ବିନା ସେଫ୍ଟି ରେ କାର୍ୟ୍ଯ କରୁଥିବା ଯୋଗୁଁ ବହୁତ ଅଘଟଣ ଘଟିଥିବା ନଜରୀ ଥିବା ବେଳେ କିପରି ଓ କାହିଁକି ବିନା ସେଫ୍ଟି ରେ କାର୍ୟ୍ଯ କରିବା ପାଇଁ ଅନୁମତି ଦେଉଛନ୍ତି।ସଂପୃକ୍ତ ସଂସ୍ଥା ଯଦି କିଛି ବି ଅଘଟଣ ଘଟେ ତେବେ ପରେ କିଏ ଏଥିପାଇଁ ଦାୟୀ ରହିବ ଯାହା କି ଏକ ଚିନ୍ତା ର ବିଷୟ ହୋଇଥିବା ବେଳେ କାରଖାନା ର କୌଣସି ଉପରିସ୍ଥ କର୍ମୀ ଏଥିପାଇଁ ମୁହଁ ଖୋଲୁନଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *