ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ

ଫୋକ୍ସପ୍ଳାସ (୩୦:୦୪:୨୨)- କୋଣାର୍କ ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି, ରାହାଜାନୀ , ଲୁଟ୍ ଓ ଡକାୟତି ଭଳି ଘଟଣା ।ଅନେକ ଘଟଣାରେ ବିଭିନ୍ନ ଦିଗରୁ ପୋଲିସ୍ ସୁରାକ ପାଇ ମଧ୍ୟ ଅଭିଯୁକ୍ତ କୁ ଧରିବାରେ ଫେଲ ମାରିଛି ପୋଲିସ୍ ।ସେହିପରି ଗତକାଲି ରାତିରେ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଅଳଙ୍କାର ଦୋକାନରୁ ଗ୍ୟାସ କଟରରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସି ସି ଟି ଭି ଫୁଟେଜ ଅନୁସାରେ ରାତି 1ଟା ପରେ 4ଜଣ ଡକାୟତ ଛାତ ଉପରୁ ସିଡ଼ି ଘର ଗେଟ କାଟି ସୋରୁମ ଭିତରେ ଥିବା ଷ୍ଟ୍ରଙ୍ଗ ରୁମ ଓ ଲକର କାଟି ଏହି ଲୁଟ କରିଛନ୍ତି । ଲୁଟ ଅଲଙ୍କାରର ମୁଲ୍ୟ ଆନୁମାନିକ 20 ଲକ୍ଷ ଟଙ୍କା ହେବ ବୋଲି ଜୁଏଲାରୀ ଦୋକାନ ମାକିକ କହିଛନ୍ତି । ଘଟଣା ସ୍ଥଳରେ କୋଣାର୍କ ପୁଲିସ ସି ସି କ୍ୟାମେରା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ :ଆଶିଷ ରଂଜନ ମିଶ୍ର

Leave a Reply

Your email address will not be published. Required fields are marked *