ଫୋକସ ପ୍ଲସ(ଚିକିଟି)୧୪/୦୮/୨୦୨୨: ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି କରବାଲୁଆ ଠାରେ ଏକ ଘରେ ଚାଲିଥିବା ଜୁଆ ଆଡ୍ଡାରେ ପୋଲିସ ଚଢାଉ କରି ୩୬,୪୪୪ଟଙ୍କା ଜବତ କରିବା ସହ ୨ ମହିଳାଙ୍କ ସମେତ ୭ ଜଣକୁ ଅଟକ ରଖିଛି ପୋଲିସ୍। କୌଣସି ସୂତ୍ରରୁ ଖବର ପାଇ ଏସଡିପିଓ କୃଷ୍ଣଚନ୍ଦ୍ର ବାତ୍ରାଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସଦଳବଳେ ଅପରାହ୍ନରେ ଚଢାଉ କରିଥିଲେ।ଜୁଆଆଡ୍ଡା ଚାଲିଥିବା ଘରକୁ ପୋଲିସ ଚାରିପଟୁ ଘେରିଯାଇଥିଲେ।ଫଳରେ ଘଟଣାସ୍ଥଳରୁ ୩୬ ହଜାର ୪୪୪ ଟଙ୍କା ଜବତ କରିଛି। ଏବଂ ଆଖ ପାଖ ଅଞ୍ଚଳର ୨ ମହିଳା ସମେତ ୭ ଜଣ କୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ତେବେ ଉକ୍ତ ଘରେ ଦୀର୍ଘ ଦିନ ହେବ ଖେଳ ଚାଲିଥିବା ବେଳେ ପୋଲିସ ସୁରାକ ପାଇ ପାରିନଥିଲା ଯାହାରି ଫଳରେ ଅଞ୍ଚଳ ର ଯୁବପୀଢ଼ି କୁ ଧ୍ୱଂସାଭିମୁଖି ଦିଗକୁ ଗତି କରିଥିଲେ। ବର୍ତ୍ତମାନ ଠାରୁ କରବାଲୁଆ ତଥା ଆଖ ପାଖ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡାକୁ ପୋଲିସ କଡ଼ା ନଜର ରଖିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
