ଜୀବନ ପ୍ରତି ବିପଦ ଥିବା ନେଇ,ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ନିଜକୁ ସୁରକ୍ଷା ମନେ କରୁନାହାନ୍ତି। ଏହାର କାରଣ ହେଲା ଧର୍ମଶାଳରେ ଏକ ରାଜନୈତିକ ଦଳର ସମର୍ଥକମାନେ ଗୁଣ୍ଡାଗିରି କରୁଛନ୍ତି। କୌଣସି ସମୟରେ ହିଂସାକାଣ୍ଡ କରିପାରନ୍ତି ବୋଲି ହିମାଂଶୁ ଆଶଙ୍କା କରୁଛନ୍ତି।

ବିଧାୟକ ଶ୍ରୀ ସାହୁ କହିଛନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହିସାବରେ କାମ କରିବି। ତେଣୁ ମୋତେ ସୁରକ୍ଷା ଦରକାର। ଧର୍ମଶାଳାରେ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ରକ୍ତମୁଖା ହୋଇଗଲେଣି। ସେମାନେ ଗୁଳି ଚାଳନା ପାଇଁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ବିଜେଡିର ବ୍ଲକ ସଭାପତି ଜଳଧର ମହାନ୍ତି ଏବଂ ଯୁବ ସଭାପତି ଖିତିଶ ନାୟକ କିଛି ଲୋକଙ୍କୁ ଆଣି ଏଭଳି କାମ କରିଥିଲେ। ସେମାନଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ତଥାପି ସେମାନେ ଖୁଲମଖୁଲ୍ଲା ବୁଲୁଛନ୍ତି। ତାଙ୍କ ଗୁଣ୍ଡାରାଜ ବହୁତ ବଢ଼ି ଯାଇଛି। ମୋହନ ସରକାର ଗୁଣ୍ଡାରାଜ ଶେଷ କରିବେ ବୋଲି ଆଶା କରୁଛି।

Leave a Reply

Your email address will not be published. Required fields are marked *