ଜୀବନ ଓ ଜିବିକା ପାଇଁ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

ଫୋକସ ପ୍ଲସ(କଲିଙ୍ଗନଗର)୪/୦୯/୨୦୨୨: କଲିଙ୍ଗନଗର ସ୍ଥିତ ଭିସା କାରଖାନା ରେ କାର୍ୟ୍ଯ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ବାର୍ଥ ପାଇଁ ଆଜି ଏକ ୧୭ ଜଣିଆ ଟିମ୍ ଯାଜପୁର ଜିଲ୍ଲାପାଳ ଙ୍କୁ ଭେଟ କରିଛନ୍ତି।ମୁଖମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଥାନା କୁ ସଂପୂକ୍ତ ପତ୍ର ର ଏକ ନକଲ ଦେଇଥିବା ଦେଖିବାକୁ ମିଲିଛି।ସୂଚନା ମୁତାବକ କଲିଙ୍ଗନଗର ରେ କିଛି ଦୁଷ୍ଟ ପ୍ରକୃତିର ଲୋକ ମାନଙ୍କୁ ଧରି ଭିସା କାରଖାନା ନାମ କୁ ନେଇ ଅପପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି ସଂପୂକ୍ତ ସଂଘ ର କାର୍ୟ୍ଯକର୍ତା। ଯେଉଁ ବ୍ଯକ୍ତି ବିଷେଷ ଙ୍କ ନାମରେ ବହୁତ ମାମଲା ସ୍ଥାନୀୟ ପ୍ରସାସନ ପାଖରେ ରହିଛି। ମାତ୍ର ପ୍ରସାସନ ତାଙ୍କୁ ଦେଖି ଅଣଦେଖା କରୁଥିବା ଅଭିଯୋଗ ମଧ୍ଯ କରିଛନ୍ତ। ସଂଘର କାର୍ୟ୍ଯ କର୍ତ୍ତା କହିବା ମୁତାବକ କାରଖାନାରେ ପଲୁସନ ର ସମସ୍ତ ବିଷୟ କୁ ଅନୁଧ୍ଯାନ କରିବା ପାଇଁ ଅନଲାଇନ୍ ବ୍ଯବସ୍ଥା କରାଯାଇ ରାଜ୍ଯ ଓ କେନ୍ଦ୍ର ସରକାର ପଲୁସନ୍ ବିଭାଗ ସହିତ ସଂଯୋଗ ହୋଇଛି ସମସ୍ତ ଜନ୍ତ୍ରପାତି, ଯାହା କି ସେମାନେ ସେହିଠାରେ ରହି କାରଖାନା ର ସମସ୍ତ କାର୍ୟ୍ଯ ର ତଦାରଖ କରିପାରିବେ ମାତ୍ର କିଛି ଅଣଚାଷି ଙ୍କୁ ଧରି କିଛି ମନ୍ଦ ଉଦ୍ଦେଶ୍ଯ ରଖି କାରଖାନା କୁ ବଦନାମ କରି ନିଜ ର ଫାଇଦା ଉଠାଇବା ପାଇଁ ଚେ଼ଷ୍ଟା ଚଲେଇଛନ୍ତି କୁଚକ୍ରୀ ତଥା ଜଖପୁରା ଗ୍ରାମ ର ଜନୈକ ଯୁବକ,ଯିଏ କି ପୂର୍ବରୁ କାରଖାନା ରେ ଶ୍ରମିକ ସଂଘ ରେ କାର୍ୟ୍ଯ କରିବା ସହିତ ତାଙ୍କୁ ସାହାୟ୍ଯ କରୁଥିବା ବ୍ଯକ୍ତି ମଧ୍ଯ ଠିକାଦାରି କାର୍ୟ୍ଯ କରି ସରକାରଙ୍କ କର ନଦେବା ଫଳରେ ତାଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି। ଆଉକିଛି ଲୋକ ନିଜର ସ୍ବାର୍ଥ ପାଇଁ ଏପରି କରିବା ଦେଖିବାକୁ ମିଲିଛି। ମୁଖ୍ଯ ଲକ୍ଷ୍ଯ ହେଉଛି। କି କାରଖାନା ରୁ କିଛି ନିଜସ୍ବ ଫାଇଦା ପାଇଁ ୪ରୁ ୫ ଜଣଙ୍କୁ ଧରି ସେମାନଙ୍କୁ ଲୋଭ ଦେଖାଇ ଏପରି କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଶ୍ରମିକ ସଂଘ ର କାର୍ୟ୍ଯକର୍ତ୍ତା ତେଣୁ ଏହି ସବୁ ବିଷୟ ରେ ଆହୁରି ମଧ୍ଯ କହିଛନ୍ତି କି ଭିସା କାରଖାନା କୁ ଟ୍ରାରେଗେଟ୍ କରିବା ହେଉଛି ଏକ ମାଧ୍ଯମ, ଏହା ଫଳରେ ଅନ୍ୟ କାରଖାନା ରେ ନିଜ ନିଜ ଦବଦବା ଯାହିରି କରି ନିଜର ଫାଇଦା ଉଠାଇବା ପାଇଁ ବାଟ ଫିଟାଇବା ପାଇଁ ଏହା ହେଉଛି ଏକ ମାଧ୍ଯମ ତେଣୁ ଆଗକୁ ଯଦି ଏହି ପରି ଜାରିରୁହେ ତେବେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ପଛଘୁଞ୍ଚା ଦେବନାହିଁ ବୋଲି ସଂଘ ର କାର୍ୟ୍ଯକର୍ତ୍ତା ନିଜର ପ୍ରତିକିୟା ରେ ଜଣାଇଛନ୍ତି।

କଲିଙ୍ଗନଗର ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *