ଫୋକସ ପ୍ଲସ(ମୟୁରଭଞ୍ଜ)୧୦/୦୮/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଭଣ୍ଡାର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ଘରେ ନିଆଁ ଲାଗି ୨ମାସ ର ଶିଶୁ କନ୍ୟା ଜୀବନ୍ତ ହୋଇଛିଯାଇଛି |ସୂଚନା ମୁତାବକ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧିନସ୍ଥ ଭଣ୍ଡାର ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଘଟି ଯାଇଛି ଏକ ଛାତିଥରା ଘଟଣା |ଉକ୍ତ ଗ୍ରାମର ଚୈତନ୍ୟ ମହାକୁଡଙ୍କ ପରିବାର ଲୋକେ ବିଲକୁ କାମ କରିବା ପାଇଁ ଯାଇଥିଲେ | ପତ୍ନୀ ସବିତା ମହାକୁଡ଼ ଘରେ ଥିବା ବେଳେ, ତାଙ୍କର ୨ମାସ ର ଶିଶୁ କନ୍ୟାକୁ ଚୁଲି ପଖରେ ଥିବା ଖଟରେ ଶୁଆଇ ଦେଇ ଶୌଚ ହେବାକୁ ଯାଇଥିଲେ |କୌଣସି ମତେ ଖଟରେ ନିଆଁ ଲାଗିଯିବାରୁ ଶିଶୁକନ୍ୟା ଟି ଜୀବନ୍ତ ଦଗ୍ଧ ହୋଇଯାଇଥିଲା |
ଏହି ପରିକି ରହୁଥିବା ଚାଳ ଘରଟି ଅଗ୍ନିକାଣ୍ଡ ରେ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିଲା |ସ୍ଥାନୀୟ ଲୋକେ କପ୍ତିପଦା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ |କପ୍ତିପଦା ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ ଜଳି ଯାଇଥିଲା |ଶରତ ପୋଲିସ ଘଟଣା ରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ପରିବାର ଲୋକେ ଦୁଇ ମାସର ଶିଶୁ କନ୍ୟାଙ୍କୁ ଉଦଳା ମେଡିକାଲକୁ ଆଣିଥିବା ବେଳେ କାର୍ଯ୍ୟରତ ଡାକ୍ତର ବ୍ୟବଚ୍ଛେଦ ନିମନ୍ତେ ଉଦଳା ମେଡିକାଲର ଶବ ଗୃହକୁ ପଠାଇ ଦେଇଛନ୍ତି, ଉଦଳା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଶବକୁ ଘର ଲୋକଙ୍କୁ ହସ୍ତାନ୍ତର ହେବ ବୋଲି କାର୍ଯ୍ୟରତ ଡାକ୍ତର ସୂଚନା ପ୍ରଦାନ କରିଥିବା ବେଳେ ଘଟଣା ସମ୍ପର୍କରେ ଶିଶୁ କନ୍ୟାର ଅଭିଭାବକ ନିଜର ପତିକ୍ରିୟା ରଖିଥିଲେ l
ଉଦଳାରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |