ଜୀବତଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ

ଫୋକସ ପ୍ଲସ 30/10/22(ହାଟଡିହି): ଲୁଟ, ହରିଲୁଟ, ମହାଲୁଟ I ଜୀବିତ ଲୋକଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ I ମୃତବ୍ୟକ୍ତିଙ୍କ ଶବଦାହ ପାଇଁ ଆସୁଥିବା ଟଙ୍କାଙ୍କୁ ମଧ୍ୟ ଛାଡିଲେ ନାହିଁ ଦୁର୍ନୀତି ଖୋର ଅଧିକାରୀ I ହାଟଡିହି ବ୍ଲକ ର ସଢା ପଞ୍ଚାୟତ ରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଦୁର୍ନୀତି I  ଜୀବିତ ଲୋକଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠାଣ ହୋଇଥିବା ବେଳେ କିଛି ମୃତବ୍ୟକ୍ତି ନାମରେ ଦୁଇ ଥର ଟଙ୍କା ଉଠାଣ ହୋଇଥିବା ବେଳେ ହିତାଧିକାରୀମାନେ ଜାଣିନାହାନ୍ତି I ଶାସକ ଦଳର ପ୍ରଭାବଶାଳୀ ଲୋକମାନେ ସରକାରୀ ଅଧିକାରୀଙ୍କୁମୋହରା ବନେଇ ଦିନ ଦୁଇପହରେ ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ସରକାରଙ୍କ ଟଙ୍କାଙ୍କୁ କରୁଛନ୍ତି ହରିଲୁଟ I ଦୁର୍ନୀତିଖୋର ଅଧିକାରୀଙ୍କ ଉପରେ କୌଣସି ଆଖିଦୁର୍ଶୀୟା ପଦକ୍ଷେପ ହେଉନଥିବା ବେଳେ ବଢିଚାଲିଛି ଦୁର୍ନୀତି I କେବେ ଏହି ପଞ୍ଚାୟତ ଉପରେ ପଡିବ 5 t ସଚିବଙ୍କ ଦୃଷ୍ଟି  I  ଦେଖିବାକୁ ବାକିରହିଲା ଦୁର୍ନୀତି ଖୋର ଅଧିକାରୀଙ୍କ ଉପରେ କେବେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ I

Leave a Reply

Your email address will not be published. Required fields are marked *