କନ୍ଧମାଳ ଜିଲ୍ଲାରେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ଓ ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳରୁ ରାଜ୍ୟ ସ୍ତରକୁ ପହଞ୍ଚେଇବା ନେବା ପାଇଁ ରାଜ୍ୟ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି ।ଆଜି ରାଜ୍ୟ ସରକାରଙ୍କ ନିର୍ଦେଶ ପ୍ରକରେ ବାଲିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ “ସୁରଭି” ମିଲେଟ ପ୍ରତିଯୋଗିତାର ଅନୁଷ୍ଠିତ ହେଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନନ୍ଦିନୀ ମଲିକ ଜିଲ୍ଲା ପରିଷଦ ଚେୟାରମ୍ୟାନ କନ୍ଧମାଳ ,ବାଲିଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣୀ କଂହର ଥିବା ବେଳେ ସଂମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ,ତୁଷାର କାନ୍ତ ସାମଲ, ବାମଦେବ ତ୍ରିପାଠୀ ଟିକାବାଲି ଡିଆଇଇଟି ଅଧ୍ୟାପକ ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିରୂପମା ଦୋରା ,ମହେଶ୍ୱର ମାଝୀ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଲିଗୁଡ଼ା,ଅମିତ ସ୍ମିତା ନାୟକ ପ୍ରଧାନ ଶିକ୍ଷୟତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବାଲିଗୁଡ଼ା ,ବିଙ୍ଗାପିତ ଅଞ୍ଚଳ ପରିଷଦ ଚେୟାରମ୍ୟାନ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଓ ସଭାପତି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ପ୍ରଦୀପ ପ୍ରଜ୍ବଳନ ଓ ସ୍ୱାଗତ ସଙ୍ଗୀତ ପୂର୍ବକ ସଭା ଆରମ୍ବ ହୋଇଥିଲା ପୂର୍ବାହ୍ନ ଅଧିବେଶନରେ ଜିଲ୍ଲା ସ୍ତରରୁ ଆସିଥିବା ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ମେଧାବୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ ଶେଷ ଅଧିବେଶନରେ ପ୍ରତିଯୋଗିତାରେ ଭାଗ ନେଇଥିବା କୃତିତ୍ୱ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସଂମାନିତ ଅତିଥି ଦ୍ୱାରା ପୁରସ୍କୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ।
