ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଶ୍ରମିକ ଓ କର୍ମଚାରୀ ସଂଘ

ଫୋକସ ପ୍ଲସ(କଲିଙ୍ଗନଗର)୦୫/୦୯/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅନ୍ତର୍ଗତ ଭିସା କାରଖାନା ରେ କାର୍ୟ୍ଯ କରୁଥିବା କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ବାର୍ଥ ପାଇଁ ଏକ ୧୭ ଜଣିଆ ଟିମ୍ ଯାଜପୁର ଜିଲ୍ଲାପାଳ ଙ୍କୁ ଭେଟ କରିଛନ୍ତି। ଭେଟକରି ଏକ ଦାବିପତ୍ର ଦେଇଥିବା ଦେଖିବାକୁ ମିଲିଛି।ଏହି ପତ୍ର ର ଏକକିତା ନକଲ ମୁଖମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଥାନା ପର୍ୟ୍ଯନ୍ତ ସମସ୍ତ ବିଭାଗ କୁ ପ୍ରେରଣ କରିଛନ୍ତି।ଏହି ପତ୍ର ରେ ଭିସା କାରଖାନା ରେ ଥିବା ଶ୍ରମିକ ଓ କର୍ମଚାରୀ ସଂଘ ଲେଖିଛନ୍ତି କି ମନ୍ଦ ଉଦ୍ଦେଶ୍ଯ ରଖି କାରଖାନା କୁ ବାରମ୍ବାର ହଇରାଣ କରାଯାଉଛି।ଯାହା ର ଫଳ ସ୍ବରୁପ ଆମ୍ଭମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ହେଉଛି।ସୂଚନା ମୁତାବକ କଲିଙ୍ଗନଗର ରେ କିଛି ନିର୍ଧଷ୍ଟ ବ୍ଯକ୍ତି ଦୁଷ୍ଟ ପ୍ରକୃତିର ଲୋକ ମାନଙ୍କୁ ଧରି ଭିସା କାରଖାନା ନାମ କୁ ନେଇ ଅପପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କାରଖାନା ରେ ଥିବା ଶ୍ରମିକ ଓ କର୍ମଚାରୀ ସଂଘ ର କାର୍ୟ୍ଯକର୍ତା। ଜଣେ ନିର୍ଧଷ୍ଟ ବ୍ଯକ୍ତି ଯିଏକି ପରିବେଶ କୁ ଢାଳ କରି ବାରମ୍ବାର କାରଖାନା ନାମରେ ଅଭିଯୋଗ ଆଣୁଥିବା ବେଳେ ସଂପୂକ୍ତ ବ୍ଯକ୍ତି ନାମରେ ବହୁତ ମାମଲା ସ୍ଥାନୀୟ ପ୍ରସାସନ ପାଖରେ ରହିଛି। ମାତ୍ର ପ୍ରସାସନ ତାଙ୍କୁ ଦେଖି ଅଣଦେଖା କରୁଥିବା ଅଭିଯୋଗ ମଧ୍ଯ କରିଛନ୍ତ। ସଂଘର କାର୍ୟ୍ଯ କର୍ତ୍ତା କହିବା ମୁତାବକ କାରଖାନାରେ ପଲୁସନ ର ସମସ୍ତ ବିଷୟ କୁ ଅନୁଧ୍ଯାନ କରିବା ପାଇଁ ଅନଲାଇନ୍ ବ୍ଯବସ୍ଥା କରାଯାଇ ରାଜ୍ଯ ଓ କେନ୍ଦ୍ର ସରକାର ପଲୁସନ୍ ବିଭାଗ ସହିତ ସଂଯୋଗ ହୋଇଛି ସମସ୍ତ ଜନ୍ତ୍ରପାତି, ଯାହା କି ସେମାନେ ସେହିଠାରେ ରହି କାରଖାନା ର ସମସ୍ତ କାର୍ୟ୍ଯ ର ତଦାରଖ କରିପାରିବେ ମାତ୍ର କିଛି ଅଣଚାଷି ଙ୍କୁ ଧରି କିଛି ମନ୍ଦ ଉଦ୍ଦେଶ୍ଯ ରଖି କାରଖାନା କୁ ବଦନାମ କରି ନିଜ ର ଫାଇଦା ଉଠାଇବା ପାଇଁ ଚେ଼ଷ୍ଟା ଚଲେଇଛନ୍ତି କୁଚକ୍ରୀ ତଥା ଜଖପୁରା ଗ୍ରାମ ର ଜନୈକ ଯୁବକ,ଯିଏ କି ପୂର୍ବରୁ କାରଖାନା ରେ ଶ୍ରମିକ ସଂଘ ରେ ବହୁତ ପଦପଦବୀ ରେ କାର୍ୟ୍ଯ କରିବା ସହିତ ତାଙ୍କୁ ବର୍ତ୍ତମାନ ସାହାୟ୍ଯ କରୁଥିବା ବ୍ଯକ୍ତି ମଧ୍ଯ ଠିକାଦାରି କାର୍ୟ୍ଯ କରି ସରକାରଙ୍କ କର ନଦେବା ଫଳରେ ତାଙ୍କୁ କଳା ତାଲିକା ଭୁକ୍ତ କରାଯାଇଛି। ଆଉକିଛି ଲୋକ ନିଜର ସ୍ବାର୍ଥ ପାଇଁ ଏପରି କରିବା ଦେଖିବାକୁ ମିଲିଛି। ମୁଖ୍ଯ ଲକ୍ଷ୍ଯ ହେଉଛି। କି କାରଖାନା ରୁ କିଛି ନିଜସ୍ବ ଫାଇଦା ପାଇଁ ୪ରୁ ୫ ଜଣଙ୍କୁ ଧରି ସେମାନଙ୍କୁ ଲୋଭ ଦେଖାଇ ଏପରି କରୁଥିବା ଅଭିଯୋଗ କରିଛନ୍ତି କାରଖାନା ର ଶ୍ରମିକ ସଂଘ ର କାର୍ୟ୍ଯକର୍ତ୍ତା ତେଣୁ ଏହି ସବୁ ବିଷୟ ରେ ଆହୁରି ମଧ୍ଯ କହିଛନ୍ତି କି ଭିସା କାରଖାନା କୁ ଟ୍ରାରେଗେଟ୍ କରିବା ହେଉଛି ଏକ ମାଧ୍ଯମ, ଏହା ଫଳରେ ଅନ୍ୟ କାରଖାନା ରେ ନିଜ ନିଜ ଦବଦବା ଯାହିରି କରି ନିଜର ଫାଇଦା ଉଠାଇବା ପାଇଁ ବାଟ ଫିଟାଇବା ପାଇଁ ଏହା ହେଉଛି ଏକ ସରଳ ରାସ୍ତା ତେଣୁ ଆଗକୁ ଯଦି ଏହି ସମସ୍ଯା ଜାରିରୁହେ ତେବେ ଆମ ଜୀବନ ଜୀବିକା ପାଇଁ ଆମେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ପଛଘୁଞ୍ଚା ଦେବୁନାହିଁ। ବୋଲି କାରଖାନା ରେ ଥିବା ସଂଘ ର କାର୍ୟ୍ଯକର୍ତ୍ତା ନିଜର ପ୍ରତିକିୟା ରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *